Odia News Portal

ସହରାଞ୍ଚଳରେ ପିଏନଜି ବାଧ୍ୟତାମୂଳକ, PNG କନେକ୍ସନ ନେଇଥିଲେ ଏଲପିଜି ମନା

ଏଣିକି ସହରାଞ୍ଚଳରେ ପିଏନଜି ବାଧ୍ୟତାମୂଳକ l ପିଏନଜି କନେକ୍ସନ ନେଇଥିଲେ ଏଲପିଜି ମନା l 3 ମାସ ମଧ୍ୟରେ ରାଜ୍ୟର ବଡ଼ ବଡ଼ ସହର ଗୁଡିକରେ ପିଏନଜି କନେକ୍ସନ ପାଇଁ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି l ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିର୍ଦ୍ଦେଶନାମା ଦିଆଯାଇଛି । ଲୋକସେବା ଭବନରେ ସମୀକ୍ଷା ବୈଠକ କରିଛନ୍ତି ଯୋଗାଣ ମନ୍ତ୍ରୀ । ବୈଠକରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମେତ ଯୋଗାଣ ବିଭାଗର ସଚିବ ଓ ତୈଳ କମ୍ପାନୀର ଅଧିକାରୀ ମାନେ ଉପସ୍ଥିତ ଥିଲେ । ରାଜ୍ୟରେ ତୈଳ ଓ ଗ୍ୟାସ ଯୋଗାଣ ନେଇ ହୋଇଛି ଆଲୋଚନା ।ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ l ସେ କହିଛନ୍ତି, “ଏଣିକି ସହରାଞ୍ଚଳରେ ପିଏନଜି ବାଧ୍ୟତାମୂଳକ l ପିଏନଜି କନେକ୍ସନ ନେଇଥିଲେ ଏଲପିଜି ମନା l ଗ୍ରାମାଞ୍ଚଳରେ ଜାରି ରହିବ ଏଲପିଜି ଗ୍ୟାସ l ଏଲପିଜି ନେଇଥିବା ହିତାଧିକାରୀଙ୍କ ହେବ ଇ-କେ୍ୱାଇସି l”ଲୋକସେବା ଭବନରେ ତୈଳ କମ୍ପାନୀ ସହ ବୈଠକ ପରେ ଯୋଗାଣମନ୍ତ୍ରୀଙ୍କ ସୂଚନା l ସହରାଞ୍ଚଳ ଗୁଡିକରେ ଭଡା ନେଇଥିବା ଲୋକ ମଧ୍ୟ ପିଏନଜି କନେକ୍ସନ ନେଇ ପାରିବେ l ଅନ୍ୟପଟେ, LPG ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ e-KYC ବ୍ୟବସ୍ଥା ମଧ୍ୟ ଅନିବାର୍ଯ୍ୟ କରାଯିବ। । ଏହା ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କୁ ସଠିକ୍ ଭାବେ ସୁବିଧା ଦେବା ସହ ଅନିୟମିତତାକୁ ନିୟନ୍ତ୍ରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।ତେବେ ଗ୍ରାମାଞ୍ଚଳ ପାଇଁ LPG ସିଲିଣ୍ଡର ଯୋଗାଣ ପୂର୍ବଭଳି ଚାଲି ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଗ୍ୟାସ୍‌ ବ୍ୟବସ୍ଥାରେ କଳାବଜାରୀ ରୋକିବା ସହିତ ଭବିଷ୍ୟତରେ ଉପଭୋକ୍ତାଙ୍କୁ ଅଧିକ ସୁବିଧା ଯୋଗାଇବ ବୋଲି ଆଶା କରାଯାଉଛି ।