Odia News Portal

କୋଭିଡ୍ ଯୁଦ୍ଧରେ ଆରବିଆଇ ବଢ଼ାଇଲ ସହାୟତାର ହାତ

*ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ୫୦ ହଜାର କୋଟି ଟଙ୍କା ।

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହରି ଜାରି ରହିଥିବା ସମୟରେ ଆଜି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ନର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରରେ ଦେଶର ଅର୍ଥନୀତି ବହୁ ମାତ୍ରାରେ ପ୍ରଭାବିତ ହୋଇଛି। କୋଭିଡ୍ ସ୍ଥିତି ଉପରେ ଆରବିଆଇର ନଜର ରହିଛି।କରୋନାର ଦ୍ୱିତୀୟ ଲହରରୁ ଦେଶକୁ ରକ୍ଷା କରିବାକୁ କିଛି ବଡ ପଦକ୍ଷେପ ନିଆଯିବା ଦରକାର ବୋଲି ସେ କହିଛନ୍ତି ।

କରୋନାର ପ୍ରଥମ ଲହର ପରେ ଦେଶର ଅର୍ଥନୀତି ସୁଧୁରିବ ଆରମ୍ଭ କରିଥିଲା କିନ୍ତୁ ଦ୍ୱିତୀୟ ଲହର ପୁଣିଥରେ ସଙ୍କଟ ସୃଷ୍ଟି କରିଛି।ଦେଶରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରିବାକୁ ରିଜର୍ଭବ୍ୟାଙ୍କ ପକ୍ଷରୁ ୫୦ ହଜାର କୋଟି ଟଙ୍କା ଦେଇଛି ।ଏହି ରାଶି ଜରିଆରେ ବ୍ୟାଙ୍କ ଭ୍ୟାକସିନ ମେନୁଫେକ୍ଚର୍ସ, ଭ୍ୟାକସିନ ଟ୍ରାନ୍ସପୋର୍ଟ, ଏକ୍ସପର୍ଟସଙ୍କୁ କିସ୍ତିରେ ଋଣ ଉପଲବ୍ଧ କରାଇବ। ଏହାସହ ହସ୍ପିଟାଲ, ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ମଧ୍ୟ ଲାଭ ମିଳିବ। ବର୍ତ୍ତମାନ ସ୍ଥିତିରେ କେୱାଇସି ନିୟମରେ ମଧ୍ୟ କିଛି ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି ।

ନୂଆ ନିୟମ ଅନୁଯାୟୀ ଭିଡିଓ ଜରିଆରେ କେୱାଇସି କୁ ମଞ୍ଜୁରୀ ଦିଆଯାଇଛି । ଭିଡିଓ ମାଧ୍ୟମରେ କେୱାଇସିକୁ ମଞ୍ଜୁରି ପ୍ରଦାନ କରାଯିବ ଓ ରାଜ୍ୟମାନଙ୍କୁ ଓଭର ଡ୍ରାଫ୍ଟ ସୁବିଧା ଦିଆଯିବ ।ଏହାସହ ଛୋଟ ବ୍ୟବସାୟୀଙ୍କ ପାଇଁ ମଧ୍ୟ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । କରୋନା ମହାମାରୀ ସମୟରେ ଛୋଟ ଛୋଟ ବ୍ୟବସାୟୀଙ୍କୁ ଲୋନ ଓ ଇନସେଂଟିଭ୍ ପ୍ରଦାନ କରାଯିବ । ଏହାସହ ପ୍ରତି ବ୍ୟାଙ୍କମାନେ ‘କୋଭିଡ୍ ବ୍ୟାଙ୍କ୍ ଲୋନ’ ନାମରେ ଏକ ଯୋଜନା ପ୍ରସ୍ତୁତ କରିବେ ବୋଲି ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।