Odia News Portal

ଜିଏସଟିରେ ରିହାତି ଯୋଗୁଁ ସେୟାର ବଜାରେ ଖୁସିର ଲହରୀ,

ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଜିଏସଟି କମ ହେବା ନେଇ ଘୋଷଣା କରିଥିଲେ। ଏହା ପରେ ଭାରତୀୟ ସେୟାର ବଜାର ଉପରମୁହାଁ ହୋଇଥିଲା। ଏବେ ଜିଏସଟି ପରିଷଦ ବୈଠକରେ ସମସ୍ତ ପ୍ରସ୍ତାବ ଚୂଡ଼ାନ୍ତ ହୋଇଛି ଏବଂ ସେପ୍ଟେମ୍ବର ୨୨ରୁ ସମସ୍ତ ଜିନିଷର ମୂଲ୍ୟ ହ୍ରାସ ପାଇବ ବୋଲି ଜଣାଯାଇଛି, ଯାହା ଦେଶର ସାଧାରଣ ଲୋକଙ୍କ ପାଇଁ ଏକ ପୂର୍ବ ଦୀପାବଳି ଉପହାର ହେବ। ବୁଧବାର ଅନୁଷ୍ଠିତ ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ପ୍ରଭାବ ଏବେ ଭାରତୀୟ ସେୟାର ବଜାର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ଜିଏସଟି ପରିଷଦ ଟିକସ ଢାଞ୍ଚାକୁ ସରଳ କରିବା ପାଇଁ ଘୋଷଣା କରିଥିଲା ଏବଂ କହିଥିଲା ଯେ, ନୂତନ ଜିଏସଟି ଢାଞ୍ଚା ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ। ଏଥିରେ କେବଳ ଦୁଇଟି ସ୍ଲାବ୍ ରହିବ, ୫% ଏବଂ ୧୮%। ଏହା ବ୍ୟତୀତ ୪୦% ର ଏକ ସ୍ୱତନ୍ତ୍ର ସ୍ଲାବ୍ ମଧ୍ୟ ରହିବ। ଏହି ନିଷ୍ପତ୍ତି ଦ୍ୱାରା ସାଧାରଣ ଲୋକ ଉପକୃତ ହେବେ କାରଣ ୩୯୬ଟି ଉତ୍ପାଦ ଉପରେ ଟିକସ ହ୍ରାସ କରାଯାଇଛି।