Odia News Portal

ଟୀକା ନଷ୍ଟ ନେଇ ଚିନ୍ତାରେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଟିକା ଅଭାବରୁ କିଛି ରାଜ୍ୟରେ ୧୮ ବର୍ଷ ଉପର ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବାରେ ବିଳମ୍ବ ହେଉଥିବା ବେଳେ ଭ୍ୟାକ୍‌ସିନ୍‌ ନଷ୍ଟ କରିବାର ହାର ବଢ଼ିବାରେ ଲାଗିଛି । ଅନ୍ୟପଟେ ବିଭିନ୍ନ ରାଜ୍ୟର ସରକାର ରାଜ୍ୟବାସୀଙ୍କୁ ଟିକା ଦେବା ପାଇଁ ପ୍ରକ୍ରିୟା ଜାରି ରଖିଥିବା ବେଳେ ଆଉ କିଛି ରାଜ୍ୟ ଏହାର ଦୂରୁପଯୋଗ କରୁଥିବା ଦେଖିବାକୁ ମିଳିଛି । ଅର୍ଥାତ୍‌ ଟିକା ନଷ୍ଟ କରୁଛନ୍ତି ।  

ଦେଶରେ ସବୁଠାରୁ ଅଧିକ ଭ୍ୟାକ୍‌ସିନ୍ ନଷ୍ଟ କରିବାରେ ହରିୟାଣା ରାଜ୍ୟ ଲଗାତାର ଆଗରେ ରହିଛି । ତାଜା ତଥ୍ୟ ଅନୁଯାୟୀ ହରିୟାଣା ପରେ ଆସାମ ଏବଂ ରାଜସ୍ଥାନ ପ୍ରଥମ ତିନୋଟି ରାଜ୍ୟ ମଧ୍ୟରେ ରହିଛନ୍ତି । ଏହାର ତଳକୁ ମେଘାଳୟ, ବିହାର, ମନିପୁର, ପଞ୍ଜାବ, ଦାଦ୍ରାନଗର ହାବେଳି, ତାମିଲ୍‌ନାଡ଼ୁ ଆଦି ରହିଛନ୍ତି ।

ଏପ୍ରିଲ୍‌ ମାସରୁ ହିଁ ହରିୟାଣା ଏହି ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମରେ ରହି ଆସିଛି । ସୋମବାର ଜାରି କରାଯାଇଥିବା ଲିଷ୍ଟ୍‌ ମୁତାବିକ, ୬.୪୯ ପ୍ରତିଶତ ଭ୍ୟାକ୍‌ସିନ୍‌ ନଷ୍ଟ କରି ହରିୟାଣା ପ୍ରଥମ ସ୍ଥାନରେ ରହିଥିବା ବେଳେ ୫.୯୨ ପ୍ରତିଶତ ନଷ୍ଟ ସହିତ ଆସାମ ଦ୍ୱିତୀୟ ସ୍ଥାନ ଏବଂ ୫.୬୮ପ୍ରତିଶତ ସହିତ ରାଜସ୍ଥାନ ତୃତୀୟ ସ୍ଥାନରେ ରହିଛନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କ ସ୍ୱସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ପ୍ରକାଶ କରିଛି । ଏହା ତଳକୁ ଅନ୍ୟ ରାଜ୍ୟଗୁଡ଼ିକ ରହିଛନ୍ତି ।