Odia News Portal

ପୁଣିଥରେ ମହାମାରୀ ଛଡାଇ ନେଲା ଲୋକଙ୍କ ରୋଜଗାର

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ଦେଶରେ ହାହାକାର ରଚିବା ସହ ମୃତ୍ୟୁର ତାଣ୍ଡବ ଲୀଳା ଖେଳୁଛି ।ଆଉ ଇତି ମଧ୍ୟରେ ପୁଣିଥରେ ଲୋକଙ୍କ ରୋଜଗାର ଛଡାଇ ନେଇଛି କରୋନା। ମହାମାରୀ ସମୟରେ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବାରୁ ଅନେକ ଲୋକ ଜିବୀକା ହରାଇ ବେକାର ହୋଇପଡିଛନ୍ତି । ଏପ୍ରିଲରେ ଦେଶର ବେକାରୀ ହାର ୪ ମାସ ଭିତରେ ସର୍ବୋଚ୍ଚ ସ୍ତର ୮ ପ୍ରତିଶତ ପାଖାପାଖି ବୃଦ୍ଧି ପାଇଛି । ସେଂଟର ଫର ମନିଟରିଂ ଇଣ୍ଡିଆ ଇକୋନୋମିର ଏହି ତଥ୍ୟ ଅନୁଯାୟୀ,ଏପ୍ରିଲରେ ଦେଶରେ ବେକାରୀ ହାର ୭.୯ ପ୍ରତିଶତ ବୃଦ୍ଧି ପାଇଛି । ଦେଶରେ ମାର୍ଚ୍ଚରେ ବେକାରୀ ହାର ୬.୫ ପ୍ରତିଶତ ଥିଲା ।

ସେଂଟର ଫର ମନିଟରିଂ ଇଣ୍ଡିଆ ଇକୋନୋମର ତଥ୍ୟ ଅନୁଯାୟୀ ବିଭିନ୍ନ ରାଜ୍ୟରେ ଲକଡାଉନ ଘୋଷଣା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ।ଏବଂ ପ୍ରବାସୀ ଶ୍ରମିକ ମାନେ ଲକ୍ ଡାଉନ୍ କାରଣରୁ ଘର ମୁହାଁ ହେଉଛନ୍ତି । ସେହିଭଳି ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବାରୁ ମେ’ରେ ମଧ୍ୟ ନିଯୁକ୍ତି ସ୍ଥିତି ଭଲ ରହିବନି । ଗ୍ରାମାଂଚଳ ତୁଳନାରେ ସହରାଂଚଳରେ ଅଧିକ ଉତ୍କଟ ବେକାରୀ ହାର । ଜିଡିପିକୁ ଶ୍ରମ କ୍ଷେତ୍ରର ଯୋଗଦାନ ୪୦ ପ୍ରତିଶତକୁ ହ୍ରାସ ପାଇଛି ।ଯାହା ଫଳରେ ଦେଶରେ ଆଗକୁ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିବ ।