Odia News Portal

୧୨ ବର୍ଷ ପରେ ହଲିଉଡରେ ପାଦ ଦେବେ ତବୁ

ବଲିଉଡ ଇଣ୍ଡଷ୍ଟ୍ରିରେ ଜଣାଶୁଣା ଅଭିନେତ୍ରୀ ମଧ୍ୟରୁ ଅନ୍ୟତମ ତବୁ । ସେ ତାଙ୍କ ଦମଦାର ଅଭିନୟରେ ଫ୍ୟାନ୍ସଙ୍କ ମନ ଜିଣିଛନ୍ତି । ତେବେ ନିକଟରେ କରୀନା କପୁର ଓ କୃତିଙ୍କ ସହିତ ତବୁଙ୍କ ଫିଲ୍ମ କ୍ରୁ ବେଶ ହିଟ ହୋଇଥିଲା । ବର୍ତ୍ତମାନ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ତବୁ ପୁଣିଥରେ ଏକ ହଲିଉଡ ପ୍ରୋଜେକ୍ଟ କରିବାକୁ ଯାଉଛନ୍ତି।

ଓସ୍କାର ବିଜେତା ଫିଲ୍ମ ଫ୍ରାଞ୍ଚାଇଜ ‘ଡ୍ୟୁନ’ର ପ୍ରିକ୍ବିଲ ହେବାକୁ ଯାଉଛି। ଯାହାର କାହାଣୀ ଫିଲ୍ମରେ ଦେଖାଯାଇଥିବା ଇଭେଣ୍ଟ ପୂର୍ବର ହେବ । ଏହି କାହାଣୀ ଏକ ଓ୍ବେବ ସିରିଜରେ ଦେଖିବାକୁ ମିଳିବ। ଯେଉଁଥିରେ ତବୁ ଅଭିନୟ କରିଛନ୍ତି। ଏହା ପୂର୍ବରୁ ତବୁ ହଲିଉଡରେ ୨ଟି ପ୍ରୋଜେକ୍ଟ ‘ ନେମସେକ’ଓ ‘ଇଫ ଅଫ ପାଇ’ରେ କାମ କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ତବୁଙ୍କୁ ଷ୍ଟ୍ରିମିଂ ପ୍ଲାଟଫର୍ମ ମାକ୍ସ ପାଇଁ ପ୍ରସ୍ତୁତ ହେଉଥିବା ‘ଡ୍ୟୁନ’ର ପ୍ରିକ୍ବିଲ ସିରିଜ ‘ଡ୍ୟୁନ:ଦ ପ୍ରୋଫେସି’ ପରେ କାଷ୍ଟ କରାଯାଇଛି। ଏଥିରେ ସେ ସିଷ୍ଟର ଫ୍ରାଚେସ୍କା ର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ତାଙ୍କୁ ଶକ୍ତିଶାଳୀ ,ବୁଦ୍ଧିମାନ ଓ ଆକର୍ଷକ ସିଷ୍ଟର ଫ୍ରେଚେସ୍କା ଭାବରେ ଫିଲ୍ମରେ ଦେଖିବାକୁ ମିଳିବ ।