Odia News Portal

ବଧୂ ସାଜିବେ ଅଭିନେତ୍ରୀ ଶ୍ରଦ୍ଧା କପୁର, ରାହୁଲ ମୋଦିଙ୍କୁ କରିବେ ବିବାହ !

ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କ ବିବାହକୁ ନେଇ ଖବରରେ ରହିଛନ୍ତି । ଅନେକ ଦିନ ଧରି ଶ୍ରଦ୍ଧାଙ୍କ ନାଁ ସହିତ ରାଇଟର ରାହୁଲ ମୋଦିଙ୍କ ନାଁ ଯୋଡା ହୋଇଆସୁଅଛି । ଏହି ଖବର ସାମ୍ନାକୁ ଆସିବା ପରେ ଶ୍ରଦ୍ଧାଙ୍କ କନ୍ୟା ବେଶ ଏବଂ ତାଙ୍କ ପୋଷାକ ଦେଖିବାକୁ ଖୁବ୍ ଉତ୍ସାହିତ ଅଛନ୍ତି ପ୍ରଶଂସକ । ଏହାରି ମଧ୍ୟରେ ଶ୍ରଦ୍ଧାଙ୍କ ମାଉସୀ ତେଜସ୍ବିନୀ ଅଭିନେତ୍ରୀଙ୍କ ବିବାହକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।ଶ୍ରଦ୍ଧା କପୁରଙ୍କ ମାଉସୀ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ‘‘ସତରେ ? ମୁଁ ଏହି ବିଷୟରେ ଜାଣିନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶ୍ରଦ୍ଧା ପରିବାରର ପରମ୍ପରାକୁ ଆଗକୁ ବଢାଉଛନ୍ତି । ତେଣୁ ଆମେ ଗର୍ବିତ । ଶ୍ରଦ୍ଧାଙ୍କ ପାଇଁ ପରିବାରର ନା ଗୌରବ ଅର୍ଜନ କରିଛି, ସେଥିପାଇଁ ଆମେ ବହୁତ ଖୁସି ।’’ସେମାନେ ପରସ୍ପର କାମ ସମ୍ପର୍କରେ ଆଲୋଚନା କରନ୍ତି ବୋଲି ମଧ୍ୟ ସେ କହିଥିଲେ । ଅନେକ ଫିଲ୍ମ ସେଟର ଫଟୋ ସେୟାର କରନ୍ତି । ଯେତେବେଳେ ସେମାନେ ଅନୁଭବ କରନ୍ତି ଯେ କିଛି ପ୍ରକୃତରେ ଉନ୍ନତ ହୋଇପାରିବ ସେତେବେଳେ ପରସ୍ପରକୁ ପରାମର୍ଶ ଦେଇଥାଆନ୍ତି ।ଯଦି ଶ୍ରଦ୍ଧା ଏବଂ ରାହୁଲଙ୍କ କଥା କୁହାଯାଏ ତେବେ ସେମାନଙ୍କ ଡେଟିଂକୁ ନେଇ ସେମାନେ ୨୦୨୪ରୁ ଜୁଜବ ଚର୍ଚ୍ଚାରେ ରହିଛନ୍ତି । ଯେତେବେଳେ ସେମାନଙ୍କୁ ଏକ ଡିନର ଡେଟରେ ଦେଖିବାକୁ ମିଳିଥିଲା । ବିଭିନ୍ନ ପ୍ରୋଗ୍ରାମରେ ମଧ୍ୟ ସେମାନଙ୍କୁ ଏକାଠୁ ଦେଖିବାକୁ ମିଳିଛି ।  ଏବେ ସେମାନଙ୍କ ବିବାହକୁ ନେଇ ଖବର ଜୋର ଧରିଛି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ଅଫିସିଆଲ ଭାବେ ସେମାନଙ୍କ ସମ୍ପର୍କ ବିଷୟରେ ସ୍ପଷ୍ଟ କରିନାହାଁନ୍ତି । ପ୍ରଶଂସକମାନେ ଏବେ ସେମାନଙ୍କ ବିବାହକୁ ନେଇ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ରାହୁଲ ଜଣେ ଲେଖକ ଏବଂ ଫିଲ୍ମ ନିର୍ମାତା ଭାବେ ଜଣାଶୁଣା । ସେହିପରି ଶ୍ରଦ୍ଧା ‘‘ଇଥା’’ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ।