Odia News Portal

ଦ୍ୱିତୀୟ ପୁଅର ନାମକୁ ନେଇ ପୁଣି ଟ୍ରୋଲ ହେଲେ ସୈଫ ଓ କରୀନା

ମୁମ୍ବାଇ: କରୀନା କପୁର ଖାନ ଚଳିତ ବର୍ଷ ଫେବୃଆରୀରେ ତାଙ୍କର ଦ୍ୱିତୀୟ ପୁତ୍ରକୁ ଜନ୍ମ ଦେଇଥିଲେ। ସେବେଠାରୁ ପିଲାର ନାମକରଣକୁ ନେଇ ଅଭିନେତ୍ରୀଙ୍କ ପ୍ରଶଂସକଙ୍କ ମଧ୍ୟରେ ଗୁଜବ ସୃଷ୍ଟି ହୋଇଥିଲା। ଏହି ସେଲିବ୍ରିଟି ଦମ୍ପତିଙ୍କ ଦ୍ୱିତୀୟ ପୁଅର ନାମ ଜାଣିବାକୁ ସମସ୍ତେ ବ୍ୟସ୍ତ। କିନ୍ତୁ, ଉଭୟ ଦୀର୍ଘ ସମୟ ଧରି ପ୍ରଶଂସକଙ୍କ ସହ ପୁଅର ନାମ ସେୟାର କରି ନ ଥିଲେ। କାରଣ, ଯେତେବେଳେ ସୈଫ୍‌-କରୀନା ପ୍ରଥମେ ପୁଅ ତୈମୁର ଅଲି ଖାନଙ୍କ ନାମ ଘୋଷଣା କରିଥିଲେ, ଏହାକୁ ନେଇ ବହୁତ ହଇଚଇ ସୃଷ୍ଟି ହୋଇଥିଲା। ଲୋକମାନେ ସେଲିବ୍ରିଟି ଦମ୍ପତିଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ନିକଟରେ ଖବର ଆସିଥିଲା ​​ଯେ କରୀନା-ସୈଫ୍‌ଙ୍କ ଦ୍ୱିତୀୟ ପୁତ୍ରଙ୍କ ନାମ ହେଉଛି ଜେହ। କିନ୍ତୁ, ବର୍ତ୍ତମାନ ତାଙ୍କ ନାମ ଅଲଗା କିଛି ବୋଲି

କରୀନା ନିଜେ ତାଙ୍କ ଦ୍ୱିତୀୟ ପୁଅର ନାମ ପ୍ରକାଶ କରିଛନ୍ତି। ତାହା ପୁଣି ତାଙ୍କ ବହି ‘ପ୍ରେଗ୍ନେସୀ ବାଇବଲ’ରେ। ଏହି ପୁସ୍ତକରୁ ପ୍ରକାଶ ଯେ କରୀନାଙ୍କ ଦ୍ୱିତୀୟ ପୁତ୍ରର ନାମ ମୋଗଲ ଶାସକ ଜାହାଙ୍ଗୀରଙ୍କ ନାମରେ ହୋଇଛି। କରୀନା କପୁର ଖାନଙ୍କ ‘ପ୍ରେଗ୍ନେସୀ ବାଇବଲ’ରେ କରୀନା ତାଙ୍କର ଦ୍ୱିତୀୟ ପୁତ୍ରକୁ ଜାହାଙ୍ଗୀର ନାମରେ ନାମିତ କରିଛନ୍ତି। ଯାହା ଫଳରେ ବର୍ତ୍ତମାନ ତାଙ୍କ ଦ୍ୱିତୀୟ ପୁଅର ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ଏହି ନାମକୁ ନେଇ ହଇଚଇ ସୃଷ୍ଟି ହୋଇଛି।