Odia News Portal

କରୋନା ଲଢ଼େଇ ଜିତିଲେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ କିଛି ଦିନ ତଳେ କଙ୍ଗନା କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହା ପରେ ଫ୍ୟାନ୍ ବହୁତ ଚିନ୍ତିତ ହୋଇପଡ଼ିଥିଲେ । କଙ୍ଗନା କରୋନା ବିରୋଧରେ ଚାଲିଥିବା ଲଢ଼େଇକୁ ଜିତି ନେଇଛନ୍ତି । ନିଜେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା କଙ୍ଗନା ସୋଶାଲ ମିଡିଆ ଜରିଆରେ ଦେଇଥିଲେ । ଏବେ ସେ କରୋନାରୁ ଜିତିଥିବା ନେଇ ସୂଚନା ଦେଇଛନ୍ତି । ଏହାସହ ସେ ଏହା ମାରାତ୍ମକ ଭାଇରସକୁ କିପରି ହରାଇଲେ, ତାହା କହିବାକୁ ସିଧା ସିଧା ମନା କରିଦେଇଛନ୍ତି ।

ସୋଶାଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା କଙ୍ଗନା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରୀରେ ଏକ ପୋଷ୍ଟ ଶେଆର୍ କରି କହିଛନ୍ତି ଯେ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଛି । କଙ୍ଗନା ନିଜ ପୋଷ୍ଟରେ ଲେଖିଛନ୍ତି, ’ସମସ୍ତଙ୍କୁ ନମସ୍କାର । ଆଜି ମୋର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି । କରୋନା ଭାଇରସକୁ କିପରି ହରାଇଲି, ଏହା ଉପରେ ମୁଁ ବହୁତ କିଛି କହିବାକୁ ଚାହୁଁଛି, କିନ୍ତୁ ମୋତେ କୁହାଯାଇଛି ଯେ ମୁଁ କୋଭିଡ୍ ଫ୍ୟାନଙ୍କୁ ଅସନ୍ତୁଷ୍ଟ କରିବି ନାହିଁ । ଯଦି ଭାଇରସ୍ ପ୍ରତି ଟିକିଏ ବି ଅସମ୍ମାନ ଦେଖାଇଲ, ତାହେଲେ ବାସ୍ତବରେ କିଛି ବହୁତ ଆଘାତ ପାଆନ୍ତି।’ ଏହା ପରେ କଙ୍ଗନା ଏକ ଭିଡିଓ ପୋଷ୍ଟ କରି କରୋନାକୁ କେମିତି ଜିତିଲେ, ସେ ସମ୍ବନ୍ଧରେ ସୂଚନା ଦେଇଛନ୍ତି।