Odia News Portal

ଏ ଜନ୍ମରେ ପୁନଃମିଳନ ଅସମ୍ଭବ: ସାଂସଦ ଅନୁଭବ ମହାନ୍ତି

ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ଏକ ଟ୍ୱିଟ କରିଛନ୍ତି | ଗୁରୁବାର ଭିଡିଓରେ କରି ନିଜ ମନର କ୍ଷୋଭ ଓ ଅଭିମାନ ଭରା ଅନୁଭୂତିକୁ ବଖାଣିଥିଲେ ଅନୁଭବ । ତେବେ ଆଜି (ଶୁକ୍ରବାର) ଆଉ ଏକ ଟ୍ବିଟ ତାଙ୍କ ସହ ବର୍ଷାଙ୍କ ସମ୍ପର୍କକୁ ଚର୍ଚ୍ଚାକୁ ଆଣିଛି ।

ଟ୍ବିଟ କରି ଅନୁଭବ କହିଛନ୍ତି ଏ ଜନ୍ମରେ କଦାପି ଏକାଠି ହୋଇପାରିବେନାହିଁ , ପୁନର୍ବାର ମିଳନ ନେଇ ଅନୁରୋଧ ନକରିବାକୁ ଫ୍ୟାନଙ୍କୁ ନିବେଦନ କରିଛନ୍ତି ଅନୁଭବ ।

ଗତକାଲି (ଗୁରୁବାର) ଆଖିରେ ଆଖିଏ ଲୁହ ଓ ଛାତିରେ କୋହ ଭରି ସୋସିଆଲ ମିଡିଆରେ ଭିଡିଓରେ ଏକ ଭିଡିଓ ସେୟାର କରିଥିଲେ । ପ୍ରେମ କରି ତାଙ୍କ ଜୀବନ ଆଉ ପରିବାରର ଭବିଷ୍ୟତ ଅନ୍ଧକାର ହୋଇଗଲା ବୋଲି କହିବା ସହ ପ୍ରେମ କରି ଭୁଲ କରିଥିବା କହିଥିଲେ ଅନୁଭବ । ୨୦୦୮ ମସିହାରୁ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିବା ଠାରୁ ଆଜିଯାଏ ସେ କେଉଁଭଳି ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି ତାହା ମଧ୍ୟ କହିଥିଲେ ।

ବିଳମ୍ବିତ ରାତିରେ ସାଂସଦ ଅନୁଭବଙ୍କ ୟୁଟ୍ୟୁବ ଭିଡିଓ, କହିଲେ-ନ୍ୟାୟ ଅପେକ୍ଷାଠୁ ଭଲ ମୃତ୍ୟୁକୁ ଆପଣାଇନେବା | ଆଉ ଏକ ସମ୍ପର୍କ ଯୋଡି ହେବାର ପ୍ରଶ୍ନ ଉଠୁନାହିଁ । ଏ ଜନ୍ମ କଣ ଆଗ ସାତ ଜନ୍ମ ଯାଏଁ ମିଳନ ହୋଇପାରିବ ନାହି । ପୁନଃମିଳନ ନେଇ ଅନୁରୋଧ ନକରିବାକୁ ଫ୍ୟାନଙ୍କୁ ଟ୍ବିଟ କରି ନିବେଦନ କରିଛନ୍ତି ଅନୁଭବ ।