Odia News Portal

ମହିଳା କମିଶନରେ ହାଜର ଅନୁଭବ-ବର୍ଷା

ଭୁବନେଶ୍ୱର: ପାରିବାରିକ କଳହ ମାମଲାରେ ମହିଳା କମିଶନରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ପ୍ରଥମେ ସ୍ତ୍ରୀ ବର୍ଷା ମହିଳା କମିଶନରେ ଆସି ହାଜର ହେବାର କିଛି ସମୟ ପରେ ସାଂସଦ ଆସି ହାଜର ହୋଇଥିଲେ | ଆଜି ରାଜ୍ୟ ମହିଳା କମିଶନରେ ଏହି ଘରୋଇ କଳହ ମାମଲାର ଶୁଣାଣି ଚାଲିଛି |ଉଭୟଙ୍କୁ ସମ୍ନାସାମ୍ନି ବସାଇ ଆଲୋଚନା କରୁଛନ୍ତି ମହିଳା କମିଶନର | ଏଥିପାଇଁ ସାଂସଦ ଅନୁଭବ ମହାନ୍ତିଙ୍କୁ ହାଜର ପାଇଁ ନୋଟିସ୍ ଜାରି କରିଥିଲେ କମିଶନର ।

ଏହା ସହିତ ଅନୁଭବଙ୍କ ବାପା, ମାଆଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ହାଜର ପାଇଁ ନୋଟିସ ଜାରି କରିଛନ୍ତି କମିଶନ । ଆଜି କମିଶନଙ୍କ ନିକଟରେ ହାଜର ହେବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ନ୍ୟାୟ ପାଇଁ ବର୍ଷା ଗତ ୧୫ତାରିଖରେ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେବା ପରେ କମିଶନଙ୍କ ପକ୍ଷରୁ ମାମଲାକୁ ଗ୍ରହଣ କରି ନୋଟିସ ଜାରି କରାଯାଇଥିଲା । ଆଜି ଏହି ମାମଲାର ପ୍ରଥମ ଶୁଣାଣି ରହିଛି । ତେବେ ସାଂସଦ ଅନୁଭବ ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ କଳହ ସମ୍ପର୍କିତ ମାମଲା ହାଇକୋର୍ଟରେ ମଧ୍ୟ ବିଚରାଧିନ ରହିଛି ।