Odia News Portal

ବାପା ମା ହେଲେ ବିରୁଷ୍କା

ନୂଆଦିଲ୍ଲୀ: ବାପା ହେଲେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ଅନୁଷ୍କା ଶର୍ମା ଆଜି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଅନୁଷ୍କା ଓ ବିରାଟଙ୍କ ଝିଅ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଜନ୍ମ ହୋଇଛି । ଏହାସହ ବାପା, ମା ହୋଇଛନ୍ତି ବିରାଟ ଓ ଅନୁଷ୍କା । ଏ​‌ ନେଇ କୋହଲି ଖୁସି ବ୍ୟକ୍ତ କରିବା ସହ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଟ୍ୱିଟରେ ବିରାଟ ଲେଖିଛନ୍ତି, ‘ସୋମବାର ଅପରାହ୍ନରେ ଆମର ଏକ ଶିଶୁ କନ୍ୟା ଜନ୍ମ ନେଇଛି । ସମସ୍ତଙ୍କ ଆଶୀର୍ବାଦ, ପ୍ରାର୍ଥନା ଏବଂ ଭଲପାଇବା ପାଇଁ ଅଶେଷ ଅଶେଷ ଧନ୍ୟବାଦ । ଅନୁଷ୍କା ଏବଂ ଶିଶୁ ଉଭୟ ସୁସ୍ଥ ଅଛନ୍ତି । ଏକ ନୂଆ ଜୀବନ ଆରମ୍ଭ ହେବାକୁ ଯାଉଛି । ଆଶା କରୁଛୁ ଆପଣମାନେ ସମସ୍ତେ ସେମିତି ଆମ ପ୍ରତି ଭଲାପାଇବା ଜାରି ରଖିବେ’ ।

ବିରାଟ ପିତା ହେବା ଖବର ଶୁଣିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦେଶ ତଥା ଦେଶ ବାହାରେ ଥିବା ବିରାଟ କୋହଲି ଏବଂ ଅନୁଷ୍କାଙ୍କର ପ୍ରଶଂସକ ତାଙ୍କୁ ପିତା ମାତା ହେବାର ଶୁଭେଚ୍ଛା ପ୍ରଦାନ କରିଛନ୍ତି । ତେବେ ଉଭୟ ପିତା ମାତା ହେବାର ଖବର ପ୍ରଚାର ହେବା ପରେ ସାଥୀ, ଶୁଭେଚ୍ଛୁ, ପ୍ରଶଂସକମାନଙ୍କ ଠାରୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି । ୨୦୨୦ରେ ବିରାଟ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିବା ସହ ଏହି ଅନୁଷ୍କା ଗର୍ଭବତୀ ଥିବା ଖବର ଦେଇଥିଲେ । ଏହି ଖବର ପାଇବା ପରେ ଉଭୟଙ୍କ ଫ୍ୟାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା । ଏବେ ଝିଅ ହେବାର ଖବର ପରେ ଏବେ ସେହି କୁନି ଝିଅର ଝଲକ ପାଇଁ ସମସ୍ତେ ଅନାଇ ବସିଛନ୍ତି ।