Odia News Portal

ପ୍ରସିଦ୍ଧ ଗୁଜୁରାଟି ଅଭିନେତା ଅରବିନ୍ଦ ରାଠୋରଙ୍କ ପରଲୋକ

ଅହମ୍ମଦାବାଦ: ଗୁଜୁରାଟୀ ସିନେମାର ପ୍ରସିଦ୍ଧ ଅଭିନେତା ଅରବିନ୍ଦ ରାଠୌଡଙ୍କ ପରଲୋକ ହୋଇଛି । ଅରବିନ୍ଦ ଅନେକ ବଲିଉଡ୍ ଫିଲ୍ମରେ ମଧ୍ୟ କାମ କରିଥିଲେ । ୮୩ ବର୍ଷିୟ ଅଭିନେତା ଦୀର୍ଘଦିନ ଧରି ଅସୁସ୍ଥତା ସହ ସଂଘର୍ଷ କରିବା ପରେ ଗତ ଗୁରୁବାର ଦିନ ତାଙ୍କର ଦେହାନ୍ତ ହୋଇଛି । ସୂଚନା ଅନୁଯାୟୀ, ଅରବିନ୍ଦ ରାଠୌଡ କିଛି ମାସ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ ଏବଂ ଏହାପରେ ସେ ଦୁର୍ବଳତା ହେତୁ ସଯ୍ୟାରେ ଥିଲେ । ଅରବିନ୍ଦ ବିବାହ କରିନଥିଲେ ଏବଂ ସେ ତାଙ୍କ ପୁତୁରା ଏବଂ ବହୁଙ୍କ ସହ ରହୁଥିଲେ ।

ଅଭିନୟ କରିବା ପୂର୍ବରୁ ଅରବିନ୍ଦ ଫଟୋ ସାମ୍ବାଦିକ ଭାବରେ କାମ କରୁଥିଲେ । ଫିଲ୍ମ \’ମେରା ନାମ ଜୋକର୍\’ରେ ରାଜ କପୁର ତାଙ୍କୁ ଏକ ଛୋଟ ଭୂମିକା ଦେଇଥିଲେ । ଏହାପରେ ସେ ଜନି ମେରା ନାମ, ବଦନାମ ଫରିସ୍ତେ, କୋରା କାଗଜ, ସଲାମ ମେମସାବ ସମେତ ଅନେକ ଫିଲ୍ମରେ କାମ କରିଥିଲେ । ଅରବିନ୍ଦ ରାଠୌଡ ଅମିତାଭ ବଚ୍ଚନଙ୍କ ଫିଲ୍ମ ଅଗ୍ନିପଥ ଏବଂ ଖୁଦା ଗବାହ ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଅଭିନେତା ବଲିଉଡରେ କାମ ଛାଡିବା ପରେ ମୁମ୍ବାଇ ମଧ୍ୟ ଛାଡି ଦେଇଥିଲେ । ସେ ଅହମଦାବାଦରେ ରହୁଥିଲେ ।