Odia News Portal

ବାବୁସାନଙ୍କର ଜାମିନ ଆବେଦନର ପୂର୍ଣ୍ଣଛେଦ

ଓଲିଉଡ ଷ୍ଟାର ବାବୁସାନଙ୍କର ଜାମିନ ଆବେଦନର ପୂର୍ଣ୍ଣଛେଦ । ହାଇକୋର୍ଟରେ ବାବୁସାନଙ୍କ ଆଗୁଆ ଜାମିନ୍ ଆବେଦନର ଅନ୍ତ ଘଟିଛି । ତଦନ୍ତରେ ସହଯୋଗ କରୁଥିବାରୁ ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନଙ୍କ ବିରୋଧରେ ଆଇପିସି ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଗିରଫଦାରୀ ଏଡ଼ାଇବା ପାଇଁ ବାବୁସାନ୍ ହାଇକୋର୍ଟରେ ଆବେଦନ କରିଥିଲେ । ପତ୍ନୀଙ୍କ ଏତଲା ପରେ ବାବୁସାନ ଥାନାରେ ହାଜର ହୋଇଥିଲେ । ସିଆରପିସି-୪୧ରେ ବୟାନ ରେକର୍ଡ କରିଥିଲା ପୋଲିସ । ଯେହେତୁ ବାବୁସାନ ତଦନ୍ତରେ ସମସ୍ତ ପ୍ରକାର ସହାୟତା କରୁଛନ୍ତି, ସେଥିପାଇଁ କୋର୍ଟ ମାମଲାକୁ ରଫାଦଫା କରିଦେଇଛନ୍ତି ।