Odia News Portal

ଚର୍ଚ୍ଚାରେ ବଲିଉଡ୍‌ର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ଲଭ୍‌ ଷ୍ଟୋରୀ

ଚର୍ଚ୍ଚାରେ ବଲିଉଡ୍‌ର ଦବଙ୍ଗ ଗାର୍ଲ ଭାବେ ଜଣା ସୋନାକ୍ଷୀ ସିହ୍ନାଙ୍କ ଲଭ୍‌ ଷ୍ଟୋରୀ । ଦୀର୍ଘ ଦିନ ଧରି ଏହାକୁ ନେଇ ଗୁଜବ ଲାଗି ରହିଥିବା ବେଳେ ଏବେ ସୋନାକ୍ଷୀ ଓ ତାଙ୍କର ଚର୍ଚ୍ଚିତ ବୟଫ୍ରେଣ୍ଡ ଜାହିର ଇକବାଲଙ୍କ ସୋସିଆଲ ମିଡିଆ ପୋଷ୍ଟର ଗୁଜବ ଉପରୁ ପରଦା ହଟାଇଛନ୍ତି । ବଲିଉଡ ଅଭିନେତା ଜାହିର ଇକବାଲ ନିଜ ଇନ୍‌ଷ୍ଟାରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ ସୋନାକ୍ଷୀଙ୍କୁ ଏକ ବିମାନରେ ବସି ବର୍ଗର ଖାଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ପୋଷ୍ଟ କରି “ଆଇ ଲଭ ୟୁ” ଲେଖିଛନ୍ତି ଜାହିର । ଏହାର ଜବାବ୍‌ରେ ସୋନାକ୍ଷୀ ମଧ୍ୟ “ଆଇ ଲଭ୍‌ ୟୁ” ଲେଖିଛନ୍ତି। ସୋସିଆଲ ମିଡିଆରେ ନିଜ ସଂପର୍କକୁ ସ୍ୱୀକୃତି ଦେବାର କିଛି ଘଣ୍ଟା ପରେ ସୋନାକ୍ଷୀ ଏକ ମଜାଦାର ଭିଡିଓ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଶାହରୁଖଙ୍କ ଏକ ଡାଇଲଗ କହୁଛନ୍ତି ମତେ “ବହୁତ ଭଲ ଲାଗେ,ବହୁତ ମଜା ଆସେ”। କାହିଁକି ମିଡିଆ ସବୁବେଳେ ମୋ ବାହାଘର ପଛରେ ପଡିଛି। ସୋନାକ୍ଷୀଙ୍କ ପ୍ରେମ ଓ ବିବାହକୁ ନେଇ ଚର୍ଚ୍ଚାକୁ ଏହା ଆହୁରି ଖୋରାକ ଯୋଗାଇଛି।

ସୋନାକ୍ଷୀ ସିନ୍ହା ନିଜ ଅଫିସିଆଲ ଇନ୍ଷ୍ଟଗ୍ରାମ ହ୍ୟାଣ୍ଡଲରେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ଆଉ ଏଥିରେ କିଙ୍ଗ ଖାଁ ଶାହରୁଖଙ୍କ ଡ଼ାଇଲଗ ଉପରେ ଲିପ ସିଂଙ୍କ କରୁଥିବା ନଜର ଆସିଛନ୍ତି । ଭିଡିଓଟିକୁ ସେୟାର କରିବା ସହିତ କ୍ୟାପ୍ସନରେ ଲେଖିଛନ୍ତି- କାହିଁକି ମୋ ବିବାହ ପଛରେ ପଡିଯାଇଛ । ବିବାହକୁ ନେଇ ଖବର ଉପରେ ସୋନାକ୍ଷୀଙ୍କ ଜବରଦସ୍ତ ଋଆକ୍ସନ ଫ୍ୟାନ୍ସ ମାନଙ୍କୁ ଖୁବ ମଜା ଲାଗିଛି । ଭିଡିଓ ସେୟାର କରି ଆକ୍ଟ୍ରେସ ଲେଖିଛନ୍ତିକି- ପ୍ରପୋଜାଲ, ରୋକା, ମେହେନ୍ଦି, ସଂଗୀତ ସବୁ ପାଇଁ ଯଦି ଫିକ୍ସ ହୋଇଯାଇଛି ।