Odia News Portal

ନିଆରା ଢଙ୍ଗରେ ବିଭାଘରରେ ବରକୁ ସ୍ୱାଗତ କଲେ ଶ୍ୱଶୁର ଘର

ସାଧାରଣତଃ ବର ବରଯାତ୍ରୀ ନେଇ କନିଆଁ ଦୁଆରେ ପହଞ୍ଚିବା ପରେ ବାଟବରଣ ହୁଏ। ଏହାପରେ ଫୁଲ ଚନ୍ଦନ ଓ କୁଙ୍କୁମ ଦେଇ କନିଆଁ ଘର ଲୋକେ ବରକୁ ସ୍ୱାଗତ କରନ୍ତି। କିନ୍ତୁ ଏଠି କଥା ପୂରା ଓଲଟା। ବରକୁ ନିଆରା ଢ଼ଙ୍ଗରେ ସ୍ୱାଗତ କରିଛନ୍ତି ଶାଶୁ ଶ୍ୱଶୂର। ନିଜ ଜ୍ୱାଇଁ ମୁହଁରେ ମିଠା ଦେବା ବଦଳରେ ଦେଇଛନ୍ତି ସିଗାରେଟ୍। ସିଗାରେଟ୍ ପିଆଇ ଜ୍ୱାଇଁପୁଅକୁ ସ୍ୱାଗତ କରିଛନ୍ତି କନିଆଁର ବାପା-ମା’। ଏଭଳି ନିଆରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପୂରା ବର ଗେଟ୍ଅପ୍ରେ ସଜେଇ ହୋଇଛି ପୁଅ। ପାଖରେ ଠିଆ ହୋଇଛନ୍ତି ବନ୍ଧୁବାନ୍ଧବ ଓ ପରିବାର ଲୋକ। ଆଗରେ କନିଆଁର ବାପା-ମା’ ଜ୍ୱାଇଁ ପୁଅକୁ ସ୍ୱାଗତ କରିବାକୁ ହେଉଛନ୍ତି ପ୍ରସ୍ତୁତ। ତେବେ ପୂଜା ଥାଳି ଧରି ନୁହେଁ ହାତରେ ସିଗାରେଟ୍ ଧରି। ବର ମୁହଁରେ ସିଗାରେଟ ଦେଉଛନ୍ତି ଶାଶୁ। କେବଳ ସେତିକି ନୁହେଁ ସିଗାରେଟ୍କୁ ଜଳାଇ ମଧ୍ୟ ଦେଇଛନ୍ତି ଶ୍ୱଶୂର। ଫୁଲ୍ ବିନ୍ଦାସ ଅନ୍ଦାଜରେ ବର ମଧ୍ୟ ସିଗାରେଟ୍ ପିଉଛି। ଏଭଳି କିଛି ଢ଼ଙ୍ଗରେ ନୂଆ ଜ୍ୱାଇଁକୁ ବିବାହ ପୂର୍ବରୁ ସ୍ୱାଗତ କରିଛନ୍ତି ଶାଶୁ ଓ ଶ୍ୱଶୂର। ୟୁଟ୍ୟୁବ୍ ବ୍ଲଗର ଜୁହି ପଟେଲ ନାମକ ଜଣେ ୟୁଜର୍ସ ନିଜ ଇନ୍‌ଷ୍ଟାଗ୍ରାମରେ ଏହି ନିଆରା ଭିଡିଓକୁ ଶେଆର କରିଛନ୍ତି।