Odia News Portal

‘ବଣ୍ଟି ଔର୍ ବବଲି ୨’ ର ଟିଜର ରିଲିଜ୍

ନୂଆଦିଲ୍ଲୀ : ଦୀର୍ଘ ଦିନର ଅପେକ୍ଷା ପରେ ଫିଲ୍ମ ‘ବଣ୍ଟି ଔର ବବଲି ୨’ ର ଟିଜର ଆଜି ରିଲିଜ୍ ହୋଇଛି । ଏହି ଫିଲ୍ମଟି ୨୦୦୫ ମସିହାରେ ରିଲିଜ୍ ହୋଇଥିବା ବଣ୍ଟି ଔର ବବଲି ର ସିକ୍ୱଲ । ପ୍ରଥମ ଫିଲ୍ମରେ ଅଭିଶେକ ବଚ୍ଚନ ଏବଂ ରାଣୀ ମୁଖାର୍ଜି ନଜର ଆସିଥିଲେ କିନ୍ତୁ ଏହାର ପାର୍ଟ ୨ ରେ ରାଣୀ ମୁଖାର୍ଜିଙ୍କ ସହିତ ସୈଫ ଅଲ୍ଲୀ ଖାଁ ନଜରକୁ ଆସିବେ । ପରଦାରେ ସୈଫ ଓ ରାଣୀଙ୍କ ଯୋଡି ସର୍ବଦା ହିଟ୍ ରେ ରହି ଆସିଥିବା ବେଳେ ଏହି ଯୋଡି ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି । ଏବେ ପୁଣି ଥରେ ଏହି ଯୋଡିକୁ ପରଦାରେ ଏକାଠି ଦେଖିବାକୁ ପାଇବେ ଦର୍ଶକ ।

ଫିଲ୍ମର ଟିଜରରେ ଦେଖିବାକୁ ମିଳୁଛି କି ଏଥିରେ ଦୁଇଜଣ ନୁହଁନ୍ତି ଚାରି ଜଣ କନ କଳାକାର ଅଛନ୍ତି ଯେଉଁମାନେ ବିଭିନ୍ନ ଜେନେରେସନର ଅଟନ୍ତି ଏବଂ କେଉଁ କନ ଦମ୍ପତି ସର୍ବୋତ୍ତମ ତାହା ପ୍ରମାଣ କରିବାକୁ ଚେଷ୍ଟା କରିବେ । ସୋମବାର ଫିଲ୍ମର ଟ୍ରେଲର ରିଲିଜ ହେବ। ଏଥିସହିତ ଏହି ଫିଲ୍ମଟି ନଭେମ୍ବର ୧୯ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

ଏହି ଫିଲ୍ମରେ ରାଣୀଏବଂ ସୈଫଙ୍କ ସହ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଅଭିନେତ୍ରୀ ଶାରଭାରୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବରୁଣ ଭି ଶର୍ମା। ଏହି ଚଳଚ୍ଚିତ୍ରଟି ୟଶ ରାଜ ଫିଲ୍ମସ୍ ଦ୍ୱାରା ନିର୍ମିତ ହେଉଛି ।