Odia News Portal

ସ୍ଥିର ରହିଛି ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା

ମୁମ୍ବାଇ: ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ସେ ଖୁବଶୀଘ୍ର ଡିସଚାର୍ଜ ହେବେ ବୋଲି ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ ସାଏରାବାନୁ । ସେ ନିଜର ସୋସିଆଲ ମିଡିଆ ଆଇଡ ଟ୍ୱିଟରରେ ଏହା ପୋଷ୍ଟ କରିଛନ୍ତି । ଦୁଇରୁ ତିନିଦିନ ମଧ୍ୟରେ ଡିସଚାର୍ଜ ହେବେ ବୋଲି ସେ କହିଛନ୍ତି । ତେବେ କୌଣସି ବି ଗୁଜବ ପ୍ରଚାର ନକରିବାକୁ ସେ ଅନୁରୋଧ କରିଛନ୍ତି ।

ସୂଚନା ଥାଉକି, ବଲିଉଡର ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାରଙ୍କ ନିଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ କରିଥିଲେ । ଗତକାଲି ତାଙ୍କୁ ମୁମ୍ବାଇସ୍ଥିତ ହିନ୍ଦୁଜା ମେଡିକାଲରେ ଭର୍ତି କରାଯାଇଥିଲା । ସେ ମେଡିକାଲରେ ଭର୍ତି ହେବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ତାଙ୍କର ପ୍ରଶଂସକମାନେ ।