Odia News Portal

ଆଜି ଦୀପା ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ

ଭୁବନେଶ୍ୱର: ଓଲିଉଡର ଦିବଙ୍ଗତ ଅଭିନେତ୍ରୀ ଦୀପା ସାହୁଙ୍କ ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକ। କ୍ଯାନସରରେ ପିଡିତ ହୋଇ ଗତବର୍ଷ ଆଜିର ଦିନରେ ଦେହାନ୍ତ ହୋଇଥିଲା। ଯାହାକି ଓଲିଉଡ ଜଗତ ଲାଗି ଏକ ଦୁଖ ଖବର ଥିଲା। ଦୀପା ପ୍ରଥମେ ଓଡ଼ିଆ ଆଲବମରେ ନଜର ଆସିଥିେଲ। ଅଗଣିତ ଦର୍ଶକଙ୍କ ମନ ମୋହିବା ପରେ ଫିଲ୍ମରେ ବରିଷ୍ଠ ଅଭିନୟ କରି ନିଜର ଛାପ ଛାଡି ଯାଇଛନ୍ତି। ସାରୁ ପରେ ଧରିବା କଙ୍କି ତାଙ୍କର ଏକ ହିଟ୍ ଆଲବମ ଥିଲା।