ବହୁ ପ୍ରତିକ୍ଷିତ ଗଜପତି ଉତ୍ସବ-୨୦୨୫ ସ୍ଥାନୀୟ ଗଜପତି ଷ୍ଟାଡିୟମ ଠାରେ ମହାଆଡମ୍ବରରେ ରବିବାର ସଂଧ୍ଯାରେ ଉଦଘାଟିତ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ମୋହନା ବିଧାୟକ ଦାସରଥୀ ଗମାଙ୍ଗ, ଜିଲ୍ଲାପରିଷଦ ଅଧ୍ଯକ୍ଷ ଗାବରା ତିରୁପତି ରାଓ, ପାରଳା ପୌରଧକ୍ଷା ନିର୍ମଳା ସେଠୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର କୁମାର ପଣ୍ଡା ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ।ଗଜପତି ଉତ୍ସବ ପ୍ରାରମ୍ଭରୁ ହିଁ ଜିଲ୍ଲା ଓ ଜିଲ୍ଲାବାସୀଙ୍କୁ ରାଜ୍ଯ ସରକାରଙ୍କ ନେତୃତ୍ବ ଅଣଦେଖା କରାଯାଉଥିବା ନଜିର ଦେଖିବାକୁ ମିଳିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲା ପ୍ରଶାସନ ତଥା ଉତ୍ସବର ଭିନ୍ନଭିନ୍ନ କମିଟିରେ ରହିଥିବା ଅଧକ୍ଷ ଏବଂ ବିଶେଷ କରି ଉକ୍ତ ଦାୟିତ୍ୱରେ ଥିବା କମିଟି ଉଦଘାଟନ କରିବା ନିମନ୍ତେ ମାନ୍ଯବର ମନ୍ତ୍ରୀ ଆଇନ୍, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ନିମନ୍ତ୍ରଣ କରିଥିଲେ। ଏତେ ବଡ଼ ଉତ୍ସବରେ ତାଙ୍କ ଅନୁପସ୍ଥିତ ସାଧରଣରେ ଅନେକ ପ୍ରଶ୍ନ ଉଠାଇଛି। ଏହି ପରି ଏତେ ବଡ଼ ଉତ୍ସବକୁ ଯେକୌଣସି ସରକାର ହେଉନ୍ତା କାହିଁକି ହାତଛଡ଼ା କରିବାକୁ ଚାହିଁବେ ନାହିଁ। କାରଣ ଜିଲ୍ଲାର ଜନସାଧାରଣଙ୍କ ନିକଟତର ହେବା ସହ ସରକାର ଅନେକ ବିକାଶମୂଳକ ଯୋଜନା ଗୁଡ଼ିକର ସବିଶେଷ ତଥ୍ଯ ଲୋକଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଏହି ଉତ୍ସବ ଓ ମଞ୍ଚ ଏକ ମୁଖ୍ଯ ମାଧ୍ଯମ ହୋଇଥାଏ।
