Odia News Portal

ଏମିତି କଲେ ଆପଣ ବି ରହିବେ ସୁସ୍ଥ


ସମସ୍ତେ ଜାଣିଛନ୍ତି ସ୍ୱାସ୍ଥ୍ୟ ହିଁ ସମ୍ପଦ । ଯେପର୍ଯ୍ୟନ୍ତ ଆମେ କିଛି ଅସୁବିଧାର ଶୀକାର ନ ହୋଇଛେ ସେ ପର୍ଯ୍ୟନ୍ତ ଆମେ ମାନେ ଆମ ଶରୀରର ମହତ୍ୱ ବିଷୟରେ ଜାଣିପାରିବା ନାହିଁ । ଥରେ ରୋଗରେ ପଡିଲେ ତାର ଭରଣ ପୋଷଣରେ କଣ ଆଉ କେମିତି ଟଙ୍କା ଖର୍ଚ୍ଚ ହୁଏ ତାହା ଯିଏ କରେ ସେହିଁ ଜାଣିଛି । ତେବେ ସମସ୍ତେ ଚାହାଁନ୍ତି କିପରି ସେମାନେ ସୁସ୍ଥ ଏବଂ ସରଳ ଜୀବନ ଯାପନ କରିବେ । ତେବେ ଆସନ୍ତୁ ଜାଣିବା ସୁନ୍ଦର ଏବଂ ସରଳ ଜାବନ ଯାପନ କରିବାର କିଛି ସରଳ ଉପାୟ
ବାମକଡ ମାଡି ଶୁଅନ୍ତୁ- ସବୁବେଳେ ବାମକଡ ମାଡି ଶୁଅନ୍ତୁ । ହେଲେ କାହିଁକି? ଆମ ପାକସ୍ଥଳୀର ଆକାର ଓ ସ୍ଥିତି ଏପରି ହୋଇଛି ଯେ, ଡାହାଣ କଡ ମାଡି ଶୋଇଲେ ପାଚନ ପ୍ରକିୟା ବାଧାପ୍ରାପ୍ତ ହେବା ସହ , ରକ୍ତ ପ୍ରବାହରେ ସମସ୍ୟା ହୋଇଥାଏ । କିନ୍ତୁ ବାମକଡ ମାଡି ଶୋଇଲେ ଖାଦ୍ୟ ହଜମ ପ୍ରକିୟା ସହଜ ହୋଇଥାଏ, ଫଳରେ ଶରୀରର ପୁରା ପ୍ରକ୍ରିୟା ଠିକ ଭାବେ ସମ୍ପାଦିତ ହୋଇଥାଏ ।
ଉଚିତ ପରିମାଣର ପାଣି ପିଅନ୍ତୁ- ସାଧାରଣତଃ ଶୋଷ ଲାଗିଲେ ହିଁ ଅଧିକାଂଶ ପାଣି ପିଅନ୍ତି । ହେଲେ ଏପରି ନକରି ଅବଶ୍ୟକ ପରିମାଣରେ ପାଣି ପିଅନ୍ତୁ । ଦିନକୁ ଅନ୍ତତଃ ୨.୫ ରୁ ୩ ଲିଟର ପାଣି ପିଇବାକୁ ଚେଷ୍ଟା କରନ୍ତୁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଫ୍ରିଜ୍ ପାଣି ନପିଇ ସାମାନ୍ୟ ତାପମାତ୍ରାର ପାଣି ହିଁ ପିଅନ୍ତୁ । କାରଣ ଅତି ଥଣ୍ଡା ପାଣି ପାଚନ ପ୍ରକ୍ରିୟାକୁ ବିଗାଡି ଦେଇ ପେଟ ସମସ୍ୟା ସୃଷ୍ଟି କରେ ।
ନିୟମିତ ଚାଲନ୍ତୁ- ଆଜିକାର ବ୍ୟସ୍ତବହୁଳ ଜୀବନରେ ସମୟ ଅଭାବରୁ ଚାଲିବାକୁ ଅନେକ ଭୁଲିଯାଉଛନ୍ତି । କିନ୍ତୁ ଜାଣନ୍ତି ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ ଯାହା ଶରୀରକୁ ସୁସ୍ଥ ରଖିବାକୁ ବେଶ ସହାୟକ ହୋଇଥାଏ । । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ମୁତାବକ, ଦିନକୁ ଅନ୍ତତଃ ୮୦୦୦ ପାଦ ଚାଲିବା ଉଚିତ । ତେଣିକି ଆପଣ ସମତଳ ସ୍ଥାନରେ ଚାଲନ୍ତୁ ବା ସିଢିରେ ଚଢନ୍ତୁ ।
• ଖାଦ୍ୟ ଚୋବାଇ ଖାଆନ୍ତୁ- ଖାଦ୍ୟକୁ ୩୨ ଥର ଚୋବାଇ ଖାଆନ୍ତୁ । ଆୟୁର୍ବେଦରେ କୁହାଯାଇଛି ସବୁର ମୂଳ ଆମ ପେଟ ।ଯଦି ଆମ ପେଟ ସୁସ୍ଥ ଓ ଠିକଠାକ ଅଛି ତାହାଲେ ପୁରା ଶରୀର ସୁସ୍ଥ ରହିବ ନିଶ୍ଚୟ । ଏହା ଦୁଇଟି ଉପାୟରେ ହୋଇପାରିବ । ପ୍ରଥମେ ଜଙ୍କ୍ ଫୁଡରୁ ଦୂରେଇ ରହିବା ଓ ଏହା ହଜମ ଠିକ ହେଉଥିବା ଆବଶ୍ୟକ । ଆପଣ ଜାଣନ୍ତି ଏହା ଗୋଟିଏ ସରଳ ଉପାୟରେ ସମ୍ଭବ । ଆପଣ ଖାଦ୍ୟକୁ ଅନ୍ତତଃ ୩୨ ଥର ଚୋବାଇ ଖାଆନ୍ତୁ । ସବୁଠୁ ରୋଚକ ହେଉଛି ୩୨ ଥର ଚୋବାଇ ଖାଇବା ଦ୍ୱାରା କୌଣସି ଜଙ୍କ ଫୁଡର କିଛି ଟେଷ୍ଟ ରହୁନଥିବାବେଳେ ସ୍ୱାସ୍ଥ୍ୟପଦ ଖାଦ୍ୟକୁ ସେତିକି ଥର ଚୋବାଇଲେ ତାର ସ୍ୱାଦ ଦୁଇ ଗୁଣା ହୋଇଯାଏ । ଆହୁରି ଗୁରୁତ୍ୱପୂର୍ଣ୍ଣ ହେଉଛି ୩୨ଥର ଚୋବାଇ ଖାଇବା ଦ୍ୱାରା ପାଟିରେ ହିଁ ୫୦% ହଜମ କ୍ରିୟା ହୋଇଯିବା ସହ ପାକସ୍ଥଳୀରେ ବାକି ୫୦% ଖାଦ୍ୟ ହଜମ ହୁଏ । ତେଣୁ ଏହି ଅଭ୍ୟାସକୁ ଆରମ୍ଭ କରନ୍ତୁ ।