Odia News Portal

ଆମୀର ଖାନଙ୍କ ‘ଲାଲ ସିଂହ ଚଡ୍ଡା’କୁ ପ୍ରଶଂସା କଲା ହଲିଉଡ୍ ସିନେମା

ଆମୀର ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ପ୍ରେକ୍ଷାଳୟରେ ରିଲିଜ୍ ହୋଇସାରିଛି। ଏହା ଓସ୍କାର ବିଜେତା ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ଅଫିସିଆଲ୍ ହିନ୍ଦୀ ରିମେକ୍। ଏହି ଫିଲ୍ମରେ ଟମ୍ ହ୍ୟାଙ୍କ୍‌ସ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ବର୍ତ୍ତମାନ ଓସ୍କାର ଆମୀର ଖାନଙ୍କ ଫିଲ୍ମକୁ ସପୋର୍ଟ କରିଛି। ଓସ୍କାରର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ ଭିଡିଓ ସେୟାର କରି ‘ଲାଲ ସିଂହ ଚଡ୍ଡା’ କୁ ସମର୍ଥନ କରିଛି। ଏହି ଭିଡିଓରେ ‘ଫରେଷ୍ଟ ଗମ୍ପ’ ଏବଂ’ ଲାଲ ସିଂହ ଚଡ୍ଡାର’ର କିଛି ଝଲକ ଦେଖିବାକୁ ମିଳୁଛି।

ଭିଡିଓ ସେୟାର କରି ଆମୀର ଖାନଙ୍କ ଫିଲ୍ମ ପାଇଁ ଓସ୍କାର ହ୍ୟାଣ୍ଡେଲରେ ଏକ ଲମ୍ବା ପୋଷ୍ଟ ଲେଖାଯାଇଛି।  ପୋଷ୍ଟରେ ଲେଖାଯାଇଛି, ‘ଫରେଷ୍ଟ ଗମ୍ପ ଲାଲ ସିଂହ ଚଡ୍ଡା, ରୋବର୍ଟ ଜେମେକିସ୍ ଏବଂ ଏରିକ ରୋଥଙ୍କ ଏକ ଏପରି ବ୍ୟକ୍ତିଙ୍କ କାହାଣୀ, ଯିଏକି ସରଳ ଦୟା ସହିତ ଜଗତକୁ ପରିବର୍ତ୍ତନ କରନ୍ତି। ଅମୀର ଖାନ, ଅଦ୍ୱେତ ଚନ୍ଦନ ଏବଂ ଅତୁଲ କୁଲକର୍ଣ୍ଣିଙ୍କ ଲାଲ ସିଂହ ଚଡ୍ଡା ଆଡାପ୍ଟେସନ୍‌ରେ ଟମ୍ ହ୍ୟାଙ୍କ୍‌ସଙ୍କ ଟାଇଟଲ୍ ଭୂମିକାରେ ଅଭିନୟ କରୁଛନ୍ତି। ୧୯୯୪ ର ଫରେଷ୍ଟ ଗମ୍ପ ୧୩ ଟି ଓସ୍କାର ପାଇଁ ମନୋନୀତ ହୋଇଥିଲା। ଶ୍ରେଷ୍ଠ ଅଭିନେତା, ନିର୍ଦ୍ଦେଶନା, ଫିଲ୍ମ ସମ୍ପାଦନା, ସର୍ବୋତ୍ତମ ଚିତ୍ର, ଭିଜୁଆଲ୍ ଇଫେକ୍ଟସ୍ ଏବଂ ଆଡାପ୍ଟେଡ୍ ସ୍କ୍ରିନ୍ ସ୍କ୍ରିପ୍ ପାଇଁ ୬ ଟି ପୁରସ୍କାର ଜିତିଥିଲା ।’

ସୋସିଆଲ ମିଡିଆରେ ‘ଲାଲ ସିଂହ ଚଡ୍ଡା’ ସହ ଜଡିତ ଏହି ଭିଡିଓ ପୋଷ୍ଟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଅନେକ ସୋସିଆଲ ମିଡିଆ ୟୁଜର୍ସ ଏବଂ ଆମୀର ଖାନଙ୍କ ଫ୍ୟାନ୍ସ ଏହି ପୋଷ୍ଟକୁ ବହୁତ ପସନ୍ଦ କରୁଛନ୍ତି।