Odia News Portal

ବିବାହ ବନ୍ଧନରେ ବାନ୍ଧିହେଲେ ନୟନତାରା-ବିଘ୍ନେଶ

ବିବାହ ବନ୍ଧନରେ ବାନ୍ଧିହେଲେ ନୟନତାରା-ବିଘ୍ନେଶ । ନିଜ ପରିବାର ଓ ବନ୍ଧୁପରିଜନଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରଙ୍କୁ ଜୀବନସାଥୀ ରୂପେ ବାଛିଛନ୍ତି। ନୟନତାରା ଓ ବିଘ୍ନେଶଙ୍କ ବିବାହର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ସାମ୍ନାକୁ ଆସିଥିବା ଫଟୋରେ ନୟନତାରା ଲାଲ ରଙ୍ଗର ବ୍ରାଇଡାଲ ଶାଢ଼ୀ ପିନ୍ଧିଛନ୍ତି। ଏଥିସହ ମୁଣ୍ଡରେ ଗଜରା ଓ ନୀଳ ରଙ୍ଗର ହେବି ଜୁଏଲାରୀ ପିନ୍ଧି ବେଶ୍ ଆଟ୍ରାକ୍ଟ ଲାଗୁଛନ୍ତି। ସେହିପରି ବିଘ୍ନେଶ ମଧ୍ୟ ପାରମ୍ପରିକ ବିବାହ ପୋଷକରେ ବେଶ୍ ହ୍ୟାଣ୍ଡସନ ନଜର ଆସିଛନ୍ତି।

ବିବାହ ଶେଷ ହେବା ପରେ ଉଭୟ ଶିବନ ଏବଂ ନୟନତାର ସେମାନଙ୍କ ଇନ୍ଷ୍ଟା ଆକାଉଣ୍ଟରେ ଦୁହିଁଙ୍କ ବିବାହ ବେଳର ଫଟୋ ଅପ୍ଲୋଡ୍ କରିଛନ୍ତି। ଦୁହେଁ ବିବାହ ଫଟୋ ଓ କ୍ୟାପ୍ସନ ଜରିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେପଟେ ଫ୍ୟାନ୍ମାନେ ମଧ୍ୟ ନୟନତାରାଙ୍କୁ ବଧୂ ବେଶରେ ଦେଖି ବେଶ୍ ଖୁସି ଅଛନ୍ତି। ଉଭୟ ନୟନତାରା ଓ ବିଘ୍ନେଶଙ୍କ ୱେଣ୍ଡିଂ ଲୁକ୍ ଫ୍ୟାନ୍ମାନଙ୍କୁ ବେଶ୍ ପସନ୍ଦ ଆସିଛି।