Odia News Portal

ଆସୁଛି ନୂଆ ଚଳଚ୍ଚିତ୍ର ‘ଲଭ ରିଆକ୍ସନ’

ଭୁବନେଶ୍ୱର : ବଡ ପରଦାକୁ ଆସିବାକୁ ଯାଉଛି ଆଉ ଏକ ନୂଆ ଓଡିଆ ସିନେମା । ଯାହାର ନାଁ ରହିଛି ‘ଲଭ ରିଆକ୍ସନ’ । ଏଥିରେ ପ୍ରଥମ ଥର ପାଇଁ ସୋନମ ଦାସ ଓ ଅମ୍ଳାନ ଏକାଠି ନଜର ଆସିବେ । ସୁପରଫିଟ୍ ଚଳଚ୍ଚିତ୍ର ମିତାଲି ଅପା ସହ ୱେବ ସିରିଜ୍ କ୍ଲବ ୬୯ ଓ ଗ୍ୟାଙ୍ଗସ ଅଫ୍ ପୁରୀରେ ଅଭିନୟ କରି ବେଶ ପ୍ରଶଂସା ସାଉଁଟିଥିବା ସୋନମଙ୍କ ବିପକ୍ଷରେ ଅମ୍ଳାନ ଏବଂ ଓମଙ୍କ ଦେଖିବାକୁ ମିଳିବ । ମା ମଙ୍ଗଳା ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ଚାଲିଥିବା ଏହି ସିନେମାର ସୁଟିଂ ଚାଲୁ ରହିଛି । ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ସିନେମାଟି ନିର୍ମାଣ ହେଉଥିବା ବେଳେ ଏହା ଦର୍ଶକଙ୍କ ମନକୁ ଛୁଇଁବ ବୋଲି କୁହାଯାଉଛି । ତେବେ ଏହି ଚଳଚ୍ଚିତ୍ର ମାଧ୍ୟମରେ କମେଡିଆନ ବ୍ରଜ ସିଂ ପ୍ରଥମ ଥର ପାଇଁ ନିର୍ଦ୍ଦେଶନାରେ ପାଦ ରଖିଛନ୍ତି । ଏଥିରେ ଅମ୍ଳାନ, ଓମ୍‌, ସୋନମ, ବ୍ରଜ ସିଂ, ପ୍ରଜ୍ଞାନ, ଦେବୁ ବ୍ରହ୍ମା, ପ୍ରମୁଖ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରର ସୁଟିଂ ଖୁବଶୀଘ୍ର ଶେଷ ହୋଇ ବଡ ପରଦାରେ ରିଲିଜ ହେବ ବୋଲି ଜଣାପଡିଛି ।