Odia News Portal

ରଣବୀର କପୁର ଓ ଆଲିଆ ଭଟ୍ଟ ଫିଲ୍ମ ବ୍ରହ୍ମାସ୍ତ୍ର,କେବେ ପରଦାକୁ ଆସିବ ଜାଣନ୍ତୁ

ରଣବୀର କପୁର ଓ ଆଲିଆ ଭଟ୍ଟ ଷ୍ଟାରର ଫିଲ୍ମ ବ୍ରହ୍ମାସ୍ତ୍ରର ନିକଟରେ ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲରକୁ ବହୁତ ପସନ୍ଦ କରାଯାଇଛି। ଏହାର ବିଏଫଏକ୍ସର ତୁଳନା ହଲିଉଡ୍‌ ଫିଲ୍ମ ସହ କରାଯାଉଛି। ହେଲେ ଟ୍ରେଲର ପରେ ସୋସିଆଲ ମିଡ଼ିଆରେ କିଛି ଲୋକ ଏହାର ଏକ ସିନ୍‌କୁ ନେଇ ଅଭିଯୋଗ କରିଛନ୍ତି । ରଣବୀର କପୁର ଜୋତା ପିନ୍ଧି ଘଣ୍ଟି ବଜାଉଥିଲେ। ୟୁଜରଙ୍କ କହିବାନୁସାରେ ଜୋତା ସହ ମନ୍ଦିରକୁ ଯାଉଥିବାର ଦେଖିବାକୁ ମିଳିଛି। ଏଥିରେ ତାଙ୍କର ଭାବନାରେ ଆଘାତ ଲାଗିଛି। ଖାଲି ଏତିକି ନୁହେଁ ଟ୍ରୋଲରମାନେ #boycottbrahmastra ଟ୍ରେଣ୍ଡ କରିବାକୁ ଲାଗିଛି। ଏବେ ଏହା ଉପରେ ଫିଲ୍ମର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ସଫେଇ ଦେଇଛନ୍ତି।

ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ଏକ ବୟାନରେ କହିଛନ୍ତି , ରଣବୀର ମନ୍ଦିରରେ ପ୍ରବେଶ କରୁ ନାହାନ୍ତି , ସେ ଏକ ଦୁର୍ଗା ପୂଜା ପେଣ୍ଡାଲକୁ ଯାଉଛନ୍ତି। ଅୟାନ ମୁଖାର୍ଜୀ ଆହୁରି କହିଛନ୍ତି , ମୋର ଯାହା ଅନୁଭବ ଅଛି , ଆମେ ଷ୍ଟେଜ୍‌ରେ ଦେବୀଙ୍କ ଆଗକୁ ଯିବା ପୂର୍ବରୁ ଜୋତା ପାଦରୁ ଓହ୍ଲାଇଥାଉ, ପେଣ୍ଡାଲରେ ପ୍ରବେଶ କରିନଥାଉ ,ବ୍ୟକ୍ତିଗତ ଭାବେ ଏହା ମୋ ପାଇଁ ମହତ୍ତ୍ୱପୂର୍ଣ୍ଣ କି , ମୁଁ ପ୍ରତି ବ୍ୟକ୍ତିଙ୍କ ଠାରେ ପହଞ୍ଚି ପାରିବି , ଯିଏ ଏହି ଫଟୋରେ ଦୁଃଖିତ। କାରଣ ଏହି ସବୁ ଉପରେ , ବ୍ରହ୍ମାସ୍ତ୍ର ଏକ ଫିଲ୍ମ ,ଯିଏ ଭାରତୀୟ ସଂସ୍କୃତି ,ପରମ୍ପରା ଓ ଇତିହାସର ସମ୍ମାନ କରିଥାଏ ଏବଂ ଏହାର ଉତ୍ସବ ପାଳନ କରିଥାଏ । ଏହି କାରଣରୁ ମୁଁ ଏହି ଫିଲ୍ମ କରିଛି ।  ମୋ ପାଇଁ ଏହା ବହୁତ ମହତ୍ତ୍ୱପୂର୍ଣ୍ଣ କି ଏହି ଭାବନା ପ୍ରତି ଭାରତୀୟଙ୍କ ପାଖରେ ପହଁଞ୍ଚୁ ,ଯିଏ ବ୍ରହ୍ମାସ୍ତ୍ର ଦେଖୁଛନ୍ତି।

କହି ରଖୁଛୁ କି , ବ୍ରହ୍ମାସ୍ତ୍ରରେ ଅମିତାଭ ବଚ୍ଚନ , ନାଗାର୍ଜୁନ ଓ ମୌନୀ ରାୟଙ୍କର ମଧ୍ୟ ପ୍ରମୁଖ ଭୂମିକା ରହିଛି। କରଣ ଜୋହରଙ୍କର ଧର୍ମା ପ୍ରଡକ୍ସନ ଏହାକୁ ପ୍ରଡ୍ୟୁସ୍ କରିଛି । ଫିଲ୍ମଟି ୧୧ ଡିସେମ୍ୱର ୨୦୨୨ରେ ପରଦାକୁ ଆସିବ ବୋଲି କୁହାଯାଉଛି ।