Odia News Portal

କିସ୍ କରିବାକୁ ଡରୁଥିଲେ ସୈଫ

ବଲିଉଡ୍‌ ନବାବ୍‌ ସୈଫ୍‌ ଅଲୀ ଖାନ ଓ ରାନୀ ମୁଖାର୍ଜୀଙ୍କ ବହୁତ କମ୍‌ ଫିଲ୍ମରେ ଏକାଠି ନଜର ଆସିଛନ୍ତି। କିନ୍ତୁ ଯେତେବେଳେ ବି ସେମାନେ ପରଦାରେ ଏକ ସାଥୀରେ ନଜର ଆସିଛନ୍ତି, ଧମାଲ କରିଛନ୍ତି । ସେମାନଙ୍କ କେମିଷ୍ଟ୍ରୀକୁ ଫ୍ୟାନ୍‌ମାନେ ବହୁତ ପସନ୍ଦ କରନ୍ତି। ବହୁତ ବର୍ଷ ପରେ ଦୁଇ ଜଣ ପୁଣି ଏକାଠି ସ୍କ୍ରିନ୍‌ ସେୟାର କରିଛନ୍ତି। ଫିଲ୍ମ ‘ବଣ୍ଟି ଔର୍‌ ବବ୍‌ଲି ୨’ରେ ସୈଫ୍‌ ଓ ରାଣୀ ଏକାଠି କାମ କରିଛନ୍ତି। ଏହି ଫିଲ୍ମର ପ୍ରମୋଶନ ସମୟରେ ଦୁହେଁ କିଛି କଥା ଖୁଲାସା କରିଛନ୍ତି।

ଏ ବିଷୟରେ ରାନୀ ଏବଂ ସୈଫ୍‌ ୟଶରାଜ ଫିଲ୍ମର ଏକ ୟୁଟ୍ୟୁବ୍‌ ଭିଡିଓରେ ରିଲିଜ୍‌ କରାଯାଇଥିଲା । ସେଠାରେ ରାନୀ ମୁଖାର୍ଜୀ, ସୈଫ୍‌ ଅଲୀ ଖାନଙ୍କୁ ପ୍ରଶ୍ନ କରୁଛନ୍ତି। ସେ ପଚାରୁଛନ୍ତି, ‘ତୁମର ମନେ ଅଛି କି କିସିଙ୍ଗ୍‌ ସିନ କରିବା ପୂର୍ବରୁ ଆମେ କେତେ ଡରି ଯାଇଥିଲୁ’। ତେବେ କାହିଁକି ଏମିତି ଅସହଜ ବୋଧ ମନେ କଲ ଦର୍ଶକଙ୍କୁ କୁହ। ଏହା ପରେ ସୈଫ୍‌ କହିଥିଲେ, ମୋତେ ପଚାରନି କାହିଁକି କିନ୍ତୁ ଡାଇରେକ୍ଟର କହିବାରୁ ମୁଁ ଏହି ସିନ୍‌ କରିଥିଲି। ଏହା ସହ ସୈଫ୍‌ କହିଛନ୍ତି ‘ମୋର ମନେ ଅଛି କି, ଏହି ସଟ୍‌କୁ ନେଇ ତୁମେ କେତେ ଅଧିକ ଡରି ଯାଇଥିଲ’। ଯେତେବେଳେ ରାନୀ ତାଙ୍କୁ କହିଥିଲେ ଯେ ସେ ଏହି ସିନ୍‌ ପାଇଁ ନିର୍ଦ୍ଦେଶକଙ୍କୁ ମନା କରି ଦିଅ ହେଲେ ସୈଫ୍‌ ଏହା କରି ପାରିବେ ନାହିଁ ବୋଲି କହିଥିଲେ। ଏହା ସିନେମା ଜଗତ ଇତିହାସର ସବୁଠାରୁ ଖରାପ କିସିଙ୍ଗ୍‌ ସିନ୍‌ ଥିଲା ବୋଲି କହିଛନ୍ତି । ଏହା ବହୁତ ଅସହଜ ଥିଲା। ମୁଁ ଏତେ ଅସହଜ ହୋଇ ଯାଇଥିଲି କି, କାହିଁକି ନା, ରାନୀ ବହୁତ ଅସହଜ ଥିଲେ’।