Odia News Portal

ଦିଲ୍ଲୀପ କୁମାରଙ୍କୁ ଭେଟିବାକୁ ମେଡିକାଲରେ ପହଞ୍ଚିଲେ ଶରଦ ପାୱାର

ମୁମ୍ବାଇ: ବଲିଉଡର ପ୍ରଖ୍ୟାତ ତଥା ଜଣାଶୁଣା କଳାକାର ଦିଲ୍ଲୀପ କୁମାରଙ୍କୁ ଭେଟିବା ଲାଗି ମୁମ୍ବାଇସ୍ଥିତ ହିନ୍ଦୁଜା ମେଡିକାଲରେ ପହଞ୍ଚିଛନ୍ତି ncp ନେତା ଶରଦ ପାୱାର । ହିନ୍ଦୁଜା ମେଡିକାଲରୁ ଫେରୁଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି ଶରଦ । ସେପଟେ ସେ ସେହି ପୋଷ୍ଟରେ ଲେଖିଛନ୍ତି କି ଦିଲ୍ଲୀପ କୁମାରଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଦିଲ୍ଲୀପ କୁମାରଙ୍କ ପତ୍ନୀ ସାଏରା ବାନୁଙ୍କ ସହ ଆଲୋଚନା କରିଛନ୍ତି ।

ସୂଚନା ଥାଉକି, ରବିବାର ସକାଳେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଜଣାଶୁଣା ଅଭିନେତା ଦିଲ୍ଲୀପ କୁମାର । ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ସୂଚନା ଦେଇଥିଲେ ତାଙ୍କ ପତ୍ନୀ ସାଏରା ବାନୁ । ଦିଲ୍ଲୀପଙ୍କ ଦେହ ଖରାପ ଖବର ପାଇବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ବଲିଉଡର ବହୁ ପ୍ରତିଷ୍ଠିତ ଅଭିନେତା ଓ ଅଭିନେତ୍ରୀମାନେ ।