Odia News Portal

ଆସୁଛି ତ୍ରୈଲୋକ୍ୟଙ୍କ ଆଉ ଏକ ନୂଆ ଗୀତ

ଭୁବନେଶ୍ୱର: ମୁଁ ଇସ୍କୁଲରେ ପଢ଼ୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଛି । ମୁଁ କଣ ଶୁଣିଲେ ଯେ ଏଇ ସ୍କୁଲ ଉଠି ଯାଉଛି । ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବାଲିପାଟଣା ଆମଣାକୁଦ ଗାଁର ତ୍ରୈଲୋକ୍ୟ ରାୟଙ୍କ ଏହି ବାଇଟ୍ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏପରିକି ତାଙ୍କ ଡାଇଲକକୁ ନେଇ ଗୀତ ମଧ୍ୟ କରାଯାଇଥିଲା । ଯାହାକୁ ନେଇ ବହୁ ବାଦ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା । ସେପଟେ ଏହି ଡାଇଲକକୁ ନେଇ ସେ ଏକ ଗୀତ ମଧ୍ୟ ଗାଇଛନ୍ତି । ଯାହାକି ସମସ୍ତଙ୍କ ମନକୁ ବେଶ ଛୁଇଁଥିଲା । ତେବେ ତ୍ରୋଲକ୍ୟ ଏବେ ଆଉ ଏକ ଗୀତ ସୁଟିଂ କରିଥିବା ନଜରକୁ ଆସିଛି ।

ଅଭିଜିତ ମଜୁମଦାରଙ୍କ ସଂଗୀତ ନିର୍ଦ୍ଦେଶନାରେ ଏକ କରୋନା ସଚେତନତା ବାର୍ତ୍ତାକୁ ନେଇ ଗୀତ କରାଯାଇଛି । ଯେଉଁଥିରେ ତ୍ରୋଲକ୍ୟ କହିଛନ୍ତି କି, ମୁଁ ସାନିଟାଇଜର ଲଗଉଛି । ମୁଁ ସାମାଜିକ ଦୂରତା ମାନୁଛି । ମୁଁ କଣ ଶୁଣିଲି ଯେ, ଅମାନିଆଙ୍କୁ କରୋନା ହେଉଛି । ତେବେ ତାଙ୍କର ଏହି କରୋନା ସଚେତନତା ଭିତିକ ଗୀତଟି ଦର୍ଶକେ ଗ୍ରହଣ କରିବେ ବୋଲି ପ୍ରଜୋଜନା ସଂସ୍ଥା ପକ୍ଷରୁ ଆଶା ରଖାଯାଇଛି । ତେବେ ତ୍ରୈଲୋକ୍ୟଙ୍କର ଏହି ଗୀତଟି କେତେ ସଫଳତା ମିଳୁଛି ତାଉପରେ ରହିଛି ସମସ୍ତଙ୍କ ନଜର ।