Odia News Portal

ବିକି କୌଶଲଙ୍କୁ ଝଟକା

ବଲିଉଡ ଅଭିନେତା ବିକି କୌଶଲ ଚର୍ଚ୍ଚାରେ। ନିକଟରେ ଅଭିନେତାଙ୍କ ଆଗାମୀ ଫିଲ୍ମ ‘ଗୋବିନ୍ଦା ମେରା ନାମ’ର ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମରେ ବିକି ଜଣେ ଡ୍ୟାନ୍ସର ଭୂମିକାରେ ଅଭିନୟ କରୁଛନ୍ତି। କଠିନ ପରିଶ୍ରମ ସହିତ ବିକି ଆଜି ବଲିଉଡର ଉଦୀୟମାନ ତାରକା। କିନ୍ତୁ ଅଭିନେତାଙ୍କ ହାତରୁ ଏକ ପ୍ରୋଜେକ୍ଟ ଖସିଯାଇଛି, ଯାହା ସାଉଥ୍ ସୁପରଷ୍ଟାର୍ ବିଜୟ ଦେବରାକୋଣ୍ଡାଙ୍କ ହାତରେ ପଡିଛି।
ରିପୋର୍ଟ ଅନୁଯାୟୀ, ବିଜୟ ଦେବରାକୋଣ୍ଡାଙ୍କୁ ଏକ କମ୍ପାନୀ ନିଜର ବ୍ରାଣ୍ଡ ଆମ୍ବାସାଡର କରିଛି। ସାଉଥ୍ ଷ୍ଟାର ଦେବାରାକୋଣ୍ଡାଙ୍କ ଲୋକପ୍ରିୟତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଯଦିଓ ଅଭିନେତାଙ୍କ ଫିଲ୍ମ ‘ଲାଇଗର୍’ ଫ୍ଲପ୍ ହୋଇଛି, ତଥାପି ତାଙ୍କ ଷ୍ଟାରଡମରେ କୌଣସି କମ୍ ହୋଇନାହିଁ। ବିଜୟଙ୍କ ଲୋକପ୍ରିୟତା ଦେଖି ଏକ ସଫ୍ଟ ଡ୍ରିଙ୍କ୍ କମ୍ପାନୀ ବିଟାଉନର ହ୍ୟାଣ୍ଡସମ୍ ହଙ୍କ ଅଭିନେତା ବିକି କୌଶଲଙ୍କୁ ଛାଡି ବିଜୟଙ୍କୁ ବାଛିଛି।
ସୂଚନା ଅନୁଯାୟୀ, ପ୍ରଥମେ ବିକି କୌଶଲଙ୍କୁ ଏହି କୋଲ୍ଡ ଡ୍ରିଙ୍କ୍ ବ୍ରାଣ୍ଡର ପ୍ରମୋଶନ ପାଇଁ ସାଇନ୍ କରାଯାଇଥିଲା । ଯାହାକୁ ଶାହରୁଖ ଖାନ ମଧ୍ୟ ପ୍ରମୋଟ୍ କରନ୍ତି। ତେବେ କିଛି ସମୟ ପରେ ବ୍ରାଣ୍ଡ୍ ମାଲିକ ବିକିଙ୍କ ସ୍ଥାନରେ ସେହି ବ୍ରାଣ୍ଡ୍ ପାଇଁ ବିଜୟ ଦେବରାକୋଣ୍ଡାଙ୍କୁ ସାଇନ୍ କରାଇଛନ୍ତି। ଫିମେଲ୍ ଫ୍ୟାନ୍ସଙ୍କ ମଧ୍ୟରେ ବିଜୟଙ୍କ ଲୋକପ୍ରିୟତା ଏବଂ ଷ୍ଟାରଡମ୍ ବିକିଙ୍କ ଉପରେ ଭାରି ପଡିଛି।
ବିକି ବିଜ୍ଞାପନର କିଛି ଅଂଶ ପାଇଁ ମଧ୍ୟ ସୁଟ୍ କରିଥିଲେ। କିନ୍ତୁ ପରେ ତାଙ୍କ ଅଂଶ ହଟାଗଲା ଏବଂ ବ୍ରାଣ୍ଡ୍ ସହିତ ହୋଇଥିବା କଣ୍ଟ୍ରାକ୍ଟ କ୍ୟାନସଲ୍ କରାଗଲା। କୁହାଯାଉଛି ବିକି ମଧ୍ୟ ଜାଣିନଥିଲେ ଯେ ବିଜୟ ତାଙ୍କୁ ରିପ୍ଲେସ୍ କରିଛନ୍ତି। ବିଜୟ ମୁମ୍ବାଇରେ ଥିଲେ ଏବଂ ବିଜ୍ଞାପନ ପାଇଁ ଫିଲ୍ମ ସିଟିରେ ଦୁଇରୁ ତିନି ଦିନ ସୁଟିଂ ମଧ୍ୟ କରିଛନ୍ତି। ଖୁବ୍ ଶୀଘ୍ର ଏହାର ବିଜ୍ଞାପନ ଟିଭି ଏବଂ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ଟେଲିକାଷ୍ଟ କରାଯିବ।