Odia News Portal

ଶୀତରେ ବି ବ୍ୟବହାର କରିପାରିବେ ୱାଇପସ୍

କୌଣସି ଠାରେ ବି ଆପଣ ଫ୍ରେସ ହେବା ପାଇଁ କିମ୍ବା ଚେହେରାକୁ ସଫା କରିବା ପାଇଁ ଫେସ ୱାଇପ୍ସ ବ୍ୟବହାର କରିଥାଆନ୍ତି । ଏହା ସହ ଚେହେରାରେ ଚମକ ଆଣିବା ପାଇଁ ବି ଏହା ଖୁବ ସହାୟକ ହୋଇଥାଏ । କିନ୍ତୁ ଅଧିକାଂଶଙ୍କର ଧାରଣା ଥାଏ ଫେସ ୱାଇପ୍ସକୁ କେବଳ ମାତ୍ର ଗରମ ଦିନ ମାନଙ୍କରେ ହିଁ ବ୍ୟବହାର କରିହେବ । ଅନ୍ୟ କୌଣସି ଦିନ ମାନଙ୍କରେ ଏଗୁଡିକର କିଛି ବି ଲାଭ ନାହିଁ । କିନ୍ତୁ ଏହି ଧାରଣା ଭୁଲ । ଶୀତ ଦିନ ମାନଙ୍କରେ ବି ଫେସ ୱାଇପ୍ସ ବ୍ୟବହାର କରିବା ନିହାତି ଦରକାର । ଶୀତଋତୁରେ ଏହାକୁ ବ୍ୟବହାର କଲେ ବି ଫ୍ରେସ ଲାଗିବା ସହିତ ଚେହେରାରେ ଇନ୍ଷ୍ଟଣ୍ଟ ଗ୍ଲୋ ଆସିବ ।

ଠିକ ଯେମିତି ଉଦୁଉଦୁଆ ଖରା ଦିନରେ ବାହାରୁ ଆସିଲେ କିମ୍ବା ଝାଳ ନାଳ ହେଲେ ଆପଣ ସଂଗେ ସଂଗେ ୱାଇପ୍ସରେ ନିଜ ମୁହଁକୁ ପୋଛି ଦେଉଛନ୍ତି ଠିକ ସେମିତି ଶୀତ ଦିନରେ ବି ଧୂଳି ମଳି ଆଦିକୁ ସଫା କରିବା ପାଇଁ ଆପଣ ୱାଇପ୍ସର ବ୍ୟବହାର କରନ୍ତୁ | ଆପଣ ଫ୍ରେସ ବା ସତେଜ ଅନୁଭବ କରିବା ସହିତ ଚେହେରାରେ ଏକ ପ୍ରକାର ଚମକ ଆସିବ । ଆଉ ମଧ୍ୟ ଶୀତଋତୁରେ ଏହା ତ୍ୱଚାରେ ଏକ ମଇଶ୍ଚର ପରି କାମ କରେ । ରୁକ୍ଷ ପଣରୁ ବି ମୁକ୍ତି ଦେଇଥାଏ । ଆଉ ଫେସ ୱାଇପ୍ସରେ ପୋଛିବା ପରେ ଆପଣ ଯଦି କୌଣସି ରେଗୁଲାର ଲୋସନ କିମ୍ବା ସିରମ ବ୍ୟବହାରକରନ୍ତି ତେବେ ତାହା ସିଧାସଳଖ ତ୍ୱଚା ଭିତରକୁ ଯାଇଥାଏ । ଆଉ ଏହା ସହ ଫେସ ୱାଇପ୍ସ ବ୍ୟବହାର କଲେ ତ୍ୱଚାକୁ ବ୍ରଣ ଦାଉରୁ ବି ସୁରକ୍ଷା ଦେଇହେବ । ସ୍କିନ ପରିସ୍କାର ପରିଚ୍ଛନ ରହୁଥିବାରୁ ଏତେ ସହଜରେ ବ୍ରଣ ହୁଏନାହିଁ ।