ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର By Swadhikar News Last updated Mar 8, 2026 ଅନ୍ତର୍ଜାତୀୟ ମହିଳାଦିବସରେ ଆଫସା ଓ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ କେବଳ ମହିଳା ରକ୍ତଦାତାଙ୍କୁ ନେଇ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ୟାସନଗର ସହରର ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଏହି ଶିବିରଅନୁଷ୍ଠିତ ହୋଇଛି।କୋରେଇ ବିଧାୟକ ଆକାଶ ଦାସ ନାୟକ, ସମ୍ବାଦ ଓ କନକ ନ୍ୟୁଜ ସମ୍ପାଦକ ତନୟା ପଟ୍ଟନାୟକ, ସମ୍ବାଦ ଓ କନକ ନ୍ୟୁଜର ବାର୍ତ୍ତା ସମ୍ପାଦକ ଭବାନୀଶଙ୍କର ତ୍ରିପାଠୀ, ମହାରାଜା ଯଯାତି କେଶରୀ ମେଡିକାଲ କଲେଜର ଅଧୀକ୍ଷକ ମନୋରମା ସ୍ୱାଇଁ, ଜ଼ିଲ୍ଲା ପରିଷଦ ସଭାପତି ନଳିନୀପ୍ରଭା ଜେନା, କୋରେଇ ବ୍ଲକ ଅଧକ୍ଷ ଜୟନ୍ତୀ ଦଳାଇ, ବରିଷ୍ଠ କଂଗ୍ରେସ ନେତ୍ରୀ ବନ୍ଦିତା ପରିଡା, ବିଜେଡି ନେତ୍ରୀ ସବିତା ରାଉତ ପ୍ରମୁଖ ସାମିଲ ହୋଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। swadhikarswadhikar news Share