Odia News Portal

ଆଜି ଯାଏଁ ତେଜପତ୍ରକୁ କେବଳ ମସଲା ଭାବୁଥିଲେ ! ଏବେ ଜାଣନ୍ତୁ ଏହାର ୧୦ଟି ଔଷଧୀୟ ଗୁଣ

ତେଜପତ୍ର ପ୍ରତ୍ୟେକ ଭାରତୀୟ ରୋଷେଇ ମସଲାର ଏକ ଖାସ୍ ମସଲା ଅଟେ । କାହିଁକି ନା ଖାଇବାରେ ତେଜପତ୍ର ତଡକା ଲଗାଇଥାଏ ତାର ବାସ୍ନା ପାଇଁ । ଏହା ଆମ ଶରୀର ପାଇଁ ମଧ୍ୟ ଅନେକ ଉପକାରୀ ହୋଇଥାଏ । ଏହାକୁ ନିୟମିତ ବ୍ୟବହାର କରିବା ଦ୍ବାରା ଆମକୁ ଅନେକ ସମସ୍ୟାରୁ ରକ୍ଷା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ବିଷୟରେ

  • ତେଜପତ୍ର ଖାଇବା ଦ୍ବାରା ମଧୁମେହର ସମସ୍ୟାରୁ ଆରାମ ମିଳିଥାଏ ।
  • ତେଜପତ୍ରକୁ ନିୟମିତ ସେବନ କରିବା ଦ୍ବାରା ପାଚନ ପକ୍ରିୟା ଠିକ୍ ହୋଇଥାଏ ଏବଂ ପେଟ ସହ ଜଡିତ ସମସ୍ତ ସମସ୍ୟାରୁ ରକ୍ଷା ମିଳିଥାଏ ।
  • ରାତିରେ କିଛି ତେଜପତ୍ରର ଡେମ୍ପକୁ ପାଣିରେ ମିଶାଇ ପିଅନ୍ତୁ ଦେଖିବେ ନିଦ ଭଲଭାବେ ହେବ ।
  • ତେଜପତ୍ରରର ଲେପ ମୁହଁରେ ଲଗାଇବା ଦ୍ବାରା ରଙ୍ଗ ଫିଟିଥାଏ ଏବଂ ବ୍ରଣରୁ ମଧ୍ୟ ରକ୍ଷା ମିଳିଥାଏ ।
  • ଯଦି ଆପଣ କିଡନୀ ଏବଂ କିଡନୀ ଷ୍ଟୋନ୍ ପାଇଁ ଚିନ୍ତାରେ ଅଛନ୍ତି ତେବେ ତେଜପତ୍ରକୁ ପାଣିରେ ଫୁଟାଇକି ପିଅନ୍ତୁ ଦେଖିବେ ଉପସମ ମିଳିବ ।
  • ଆପଣଙ୍କର ଦାନ୍ତ ହଳଦୀଆ ପଡି ଯାଇଥିଲେ ତେଜପତ୍ରକୁ ଦାନ୍ତରେ ରଗଡିବା ଦ୍ବାରା ଦାନ୍ତ ଧଳା ହୋଇଥାଏ ।
  • ଥଣ୍ଡା ଏବଂ କାଶ ହୋଇଥିଲେ ତେଜପତ୍ର ସେବନା ଦ୍ବାରା ଭଲ ହୋଇଥାଏ ।
  • ତେଜପତ୍ର ସେବନ ଦ୍ବାରା ଭୋକ ବଢିଥାଏ ।
  • ତେଜପତ୍ର ମାଇଗ୍ରେନ୍ ଏବଂ ମୁଣ୍ଡ ବିନ୍ଧା ସମସ୍ୟାରୁ ଉପସମ ଦେଇଥାଏ ।
  • ତେଜପତ୍ର କ୍ୟାନ୍ସର ଭଳି ସାଂଘାତିକ ରୋଗରୁ ରକ୍ଷା କରିଥାଏ ।