ଝଡୁଥିବା କେଶ ପାଇଁ ହେୟାର ମାସ୍କ By Swadhikar News Last updated Sep 11, 2025 ପ୍ରଦୂଷଶ ଏବଂ ବଦଳୁଥିବା ଜୀବନଶୈଳୀ କାରଣରୁ କେଶରେ ଖରାପ ପ୍ରଭାବ ପକାଇଥାଏ । ଯଦି କେଶର ଚିକିତ୍ସା ନ କରନ୍ତି ତାହେଲେ ବହୁତ ସମସ୍ଯା ସ୍ରୁଷ୍ଟି ହୋଇପାରେ ଯଥା-କେଶ ଝଡିବା,ଡେନଡ୍ରଫ,ସୁଷ୍କ କେଶ ଆଦି । କିନ୍ତୁ ଏହାଠାରୁ ଦୁରେଇ ରହିବା ପାଇଁ ଜରୁରୀ ନୁହେଁ ଯେ ଆପଣ ଦାମୀ ପ୍ରଡକସନ ବ୍ଯବହାର କରନ୍ତୁ କିମ୍ବା ପାର୍ଲରରେ ପଇସା ଖର୍ଚ୍ଚ କରନ୍ତୁ । ରୋଷେଇରେ ବ୍ଯବହାର ହେଉଥିବା ମେଥିକୁ ଆପଣ କେଶ ସମ୍ଭଦ୍ଧୀୟ ସମସ୍ତ ସମସ୍ଯାକୁ ଦୂର କରିପାରିବେ । ମେଥୀରେ ପ୍ରୋଟିନ,ଭିଟାମିନ ସି,ପୋଟାସିୟମ,ଆଇରନ,ନିକୋଟିନିକ ଏସିଡ ଏବଂ ଲେସିଥିନ ପ୍ରଚୁର ପରିମାଣରେ ମିଳିଥାଏ ।ଏହିସବୁ ତତ୍ତ୍ବ କେଶରେ ମଜଭୁତୀ ଏବଂ ଚମକ ବଢ଼ାଇବାରେ ସାହାଯ୍ଯ କରିଥାଏ । ଏହାର ବ୍ଯବହାର କରିବାକୁ ହେଲେ ପ୍ରଥମେ ଗରମ ପାଣିରେ ମେଥି ଦାନାକୁ ରାତିସାରା ଫୁଲିବା ପାଇଁ ଛାଡିଦେବେ । ପରେ କେଶର ସମସ୍ଯା ହିସାବରେ ଆପଣ ଏଥିରେ ବାକି ଜିନିଷ ମିଶାଇ ହେୟାର ମାଷ୍କ ତିଆରି କରିବେ । swadhikarswadhikar news Share