Odia News Portal

ପୁଅ ଏବଂ ଝିଅଙ୍କ ମଧ୍ୟରୁ କିଏ ଅଧିକ ମିଛ କୁହନ୍ତି, ଜାଣନ୍ତୁ ଏହି ରିପୋର୍ଟରେ

ଭୁବନେଶ୍ୱର: ମିଛ କହିବାକୁ ନେଇ ଆମ ସମାଜରେ ଅନେକ କଥା ଶୁଣିବାକୁ ମିଳେ । ମିଛକୁ ନେଇ ଅନେକ ଲୋକବାଣୀ ମଧ୍ୟ ରହିଛି । କେହି କେହି ତ ମିଛ କହିବା ଦ୍ୱାରା ପାପ ଲାଗିଥାଏ ବୋଲି ମଧ୍ୟ କୁହନ୍ତି ।
କିନ୍ତୁ କଣ ଆପଣ ଜାଣନ୍ତି କି ମହିଳା ମାନଙ୍କ ତୁଳନାରେ ପୁରୁଷ ମାନେ ଅଧିକ ମିଛ କହିଥାନ୍ତି । ଏହା ଆମେ କହୁନାହୁଁ ଏହି ତଥ୍ୟ ଟି ନିକଟରେ ବ୍ରିଟେନରେ ହୋଇଥିବା ଏକ ରିସର୍ଚରୁ ଜଣାପଡିଛି ।

ଏହି ରିସର୍ଚ ଅନୁସାରେ ପୁରୁଷ ମାନେ ମିଛ କହିବାରେ ଅଧିକ ମାହିର ହୋଇଥାନ୍ତି । ଏବଂ ଅତି ସହଜରେ ମିଛ ମଧ୍ୟ କହିପାରନ୍ତି । ମିଛ କହୁଥିବା ଲୋକଟି ଗୋଟିଏ ଭଲ ବକ୍ତା ହେବା ସହିତ ଲୋକ ମାନଙ୍କୁ ଅତି ସହଜରେ ନିଜ କଥା ମନାଇପାରେ ।

ଏହି ରିସର୍ଚ ଏହା ମଧ୍ୟ ତଥ୍ୟ ଦେଇଛି ପୁଅମାନେ ମେସେଜ୍ କିମ୍ବା କଲ ଅପେକ୍ଷା ସାମ୍ନାସାମ୍ନି ମିଛ କହିବାକୁ ଅଧିକ ଭଲପାଆନ୍ତି । ଏବଂ ସୋସିଆଲ ମିଡିଆରେ ମଧ୍ୟ ପୁଅମାନେ ମିଛ କହିବାକୁ ପସନ୍ଦ କରନ୍ତି ନାହିଁ ।
‘ପିଏଲଓଏଏସ’ ନାମକ ଏକ ପତ୍ରିକା ଅନୁସାରେ ଅଧା ମିଛ କହୁଥିବା ଲୋକ କେବଳ ନିଜ ଲୋକମାନଙ୍କୁ ମିଛ କହିଥାନ୍ତି କାରଣ ଏମାନେ ସତ କହି ନିଜ ଲୋକମାନଙ୍କୁ କଷ୍ଟ ଦେବାକୁ ଚାହାନ୍ତି ନାହିଁ । ବେଳେ ଏମାନେ ଲୋକ ମାନଙ୍କ ଠାରୁ ଦୁରେଇ ଯିବା ପାଇଁ ଜାଣିଜାଣି ମିଛ କହିଥାନ୍ତି ।

ଏହି ରିସର୍ଚ ର ଆଉ ଏକ ଅଧ୍ୟୟନ ଅନୁଯାଇ ଅତିକମରେ ପୁରୁଷ ମାନେ ଦିନ ଭିତରେ ୩ଟି ମିଛ କହିଥାନ୍ତି ଏବଂ ବର୍ଷରେ ୧,୦୯୨ ଟି ମିଛ କହିଥାନ୍ତି । ସେପଟେ ମହିଳା ମାନଙ୍କ କ୍ଷେତ୍ରରେ ଦେଖିବାକୁ ଗଲେ ମହିଳା ମାନେ ବର୍ଷ ଭିତରେ ୭୨୮ଟି ମିଛ କହିଥାନ୍ତି ।

ବହୁ ବିଶେଷଜ୍ଞଙ୍କ ମତରେ ଲୋକେ ମିଛ ଜୀବନକୁ ସରଳ କରିବା ପାଇଁ କହିଥାନ୍ତି । ଏବଂ ବହୁ ପୁରୁଣା ଲୋକ କଥା ‘ପୁଅ ମାନଙ୍କ ମୁଖରୁ ଝିଅ ମାନଙ୍କ ଅପେକ୍ଷା ଅଧିକ ମିଛ ବାହାରିଥାଏ’ ମଧ୍ୟ ଏହି ରିସର୍ଚ ଦ୍ୱାରା ସତ୍ୟ ବୋଲି ପ୍ରତିପାଦିତ ହେଉଛି ।