Odia News Portal

ଆଣ୍ଟିବାଓଟିକ୍ସର ରୋଗକୁ ଆହୁରି ଅଧିକ ବଢାଇ ଥାଏ, ଅଧିକ ଜାଣନ୍ତୁ

ସାମାନ୍ୟ ଥଣ୍ଡା କିମ୍ବା ଜ୍ବର ଯାହା ଦୁଇ ତିନି ଦିନ ଭିତରେ ପ୍ରାୟେ ଭଲ ହୋଇଯାଇଥାଏ, ବାସ୍ତବରେ ଏହାର ଚିକିତ୍ସା ପର୍ୟ୍ୟବେକ୍ଷଣର ଆବଶ୍ୟକତା ନଥାଏ । କିନ୍ତୁ ବର୍ତ୍ତମାନ ଆମେ ସମସ୍ତେ ଚିନ୍ତା କରୁଛେ କିଭଳି ଜଲଦି ଭଲ ହେବା । ସେଥିପାଇଁ ନିଜେ ନିଜେ ଗୋଟେ ଡକ୍ଟର ହୋଇ ବିଭିନ୍ନ ଔଷଧ ଗ୍ରହଣ କରିନେଉଛେ । ଆଣ୍ଟିବାଓଟିକ୍ସ, ଯାହା ବାସ୍ତବରେ ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ଗ୍ରହଣ କରୁଥିବେ ତେବେ ଏହାଦ୍ବାରା ବହୁତ ବଡ ସଂକ୍ରମଣ ହୋଇପାରେ ଏବଂ ଆପଣଙ୍କର ସ୍ବାସ୍ଥ୍ୟ ପାଇଁ ମଧ୍ୟ ହାନୀକାରକ ହୋଇପାରେ । ଆଣ୍ଟିବାଓଟିକ୍ସ ପ୍ରାୟତଃ ରୋଗ ଆଉ ସଂକ୍ରମଣ ପାଇଁ ଦିଆଯାଇଥାଏ ।
ଆଣ୍ଟିବାଓଟିକ୍ସ ଔଷଧକୁ ବହୁତ ଲୋକ ପ୍ରଥମ ଥର ଥଣ୍ଡାର ସଙ୍କେତ ପାଇବା ମାତ୍ରେ ଖାଇଥାନ୍ତି । ଯାହା ଏକ ଭାଇରାଲ୍ ରୋଗ । ଏହି ସାମାନ୍ୟ ରୋଗ ପାଇଁ ଆଣ୍ଟିବାଓଟିକ୍ସର କୌଣସି ଉପଯୋଗ ନଥିବାବେଳେ ଏହା ଶରୀର ପାଇଁ ଭଲ ଠାରୁ ଅଧିକ ଖରାପ ପ୍ରଭାବ ପକାଇଥାଏ । ପୂର୍ବରୁ ଜଣାପଡିଛି ଯେ ଆଣ୍ଟିବାଓଟିକ୍ସ ଔଷଧରେ ପ୍ରାୟତଃ ର୍ଦୁପୋଯୋଗ ହୋଇଥାଏ ଆଉ ଶରୀରକୁ ର୍ଦୁବଳ କରିବା ସହ ନକରାତ୍ମକ ପ୍ରଭାବ ପକାଇଥାଏ । ଏହା ଶରୀରରେ ଅନ୍ୟ କୌଣସି ଔଷଧ କିମ୍ବା କୌଣସି ଘରୋଇ ଉପଚାରର କାର୍ୟ୍ୟ କରିବା ଶକ୍ତି ଉପରେ ପ୍ରତିରୋଧ ସାଜିଥାଏ । କାହିଁକି ନା ଜୀବାଣୁମାନେ ଏହାର ବିରୋଧ କରିଥାନ୍ତି ଆଉ ଗମ୍ଭିର ରୋଗ କିମ୍ବା ଉପଚାର ସମୟରେ ଆଣ୍ଟିବାଓଟିକ୍ସ ପ୍ରାୟତଃ ଅପ୍ରଭାବି ସାବ୍ୟସ୍ତ ହୋଇଛି ।
ଆଉ ଏକ ନୂଆ ଅଧ୍ୟୟନ ଦ୍ବାରା ପ୍ରମାଣିତ ହୋଇଛି ଯେ ଆଣ୍ଟିବାଓଟିକ୍ସର ଭାଏରାଲ ରୋଗକୁ ଆହୁରି ଅଧିକ ସଂକ୍ରମଣ କରିଥାଏ । ଆମ ଶରୀରରେ ପ୍ରଥମରୁ ଏକ ସଫା ରକ୍ତ କଣିକା ରହିଛି ଯାହା ଶରୀରର ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବା ପାଇଁ ପ୍ରତିରକ୍ଷା କରିଥାଏ । କିନ୍ତୁ ଯଦି ଆମେ ଆଣ୍ଟିବାଓଟିକ୍ସ ଗ୍ରହଣ କରିଥାଉ ତେବେ ଏହା ପ୍ରଭାବରେ ଶରୀରରେ ଥିବା ଜୀବାଣୁ ମାରିବା ସହକାରେ ଏହା ଭଲ ଜୀବାଣୁକୁ ମଧ୍ୟ ମାରିଦେଇଥାଏ । ଯାହା ସଫା ରକ୍ତ କଣିକାର କାର୍ୟ୍ୟକରିବା କ୍ଷମତାକୁ ହ୍ରାସ କରିଥାଏ । ଯାହାଫଳରେ ଶରୀର ଅତିମାତ୍ରାରେ ଦୁର୍ବଳ ହୋଇଯାଇଥାଏ ।
ଏଥିପାଇଁ ସଠିକ୍ ଚିକିତ୍ସା ଦ୍ବାରା ନିର୍ଦ୍ଧାରିତ ଔଷଧ କିଣି ଖାଇବା ଦରକାର । ଅନାବଶ୍ୟକ ଔଷଧ ଖାଇବା ଶରୀର ପାଇଁ କ୍ଷତିକାର ହୋଇଥାଏ । କିନ୍ତୁ ଏହା ବହୁତ ଜରୁରୀ ହୋଇଥାଏ ଯେ ଗମ୍ଭିର ସଂକ୍ରମଣର ଚିକିତ୍ସା ଉପରେ ଧ୍ୟାନ ଦେବା ଦରକାର । ଜୀବାଣୁ ସଂକ୍ରମଣର ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ନିର୍ଦ୍ଧାରିତ ଆଣ୍ଟିବାଓଟିକ୍ ଔଷଧକୁ ଭଲଭାବେ ପାଠ୍ୟକ୍ରମ କରି ଅବଧି ଭିତରେ ଖାଇବା ଉଚିତ୍ ।