Odia News Portal

ଶ୍ୱାସ ରୋଗ ନିରାକରଣର ସରଳ ଉପାୟ

ଶ୍ୱାସ ହେଉଛି ନିଶ୍ୱାସ ସମ୍ବନ୍ଧିୟ ଏକ ଜଟିଳ ସମସ୍ୟା । ତେବେ ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣ ହେତୁ ଦେଶରେ ଶ୍ୱାସ ରୋଗୀଙ୍କ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏପରିକି କିଛି ବ୍ୟକ୍ତି ଶ୍ୱାସ ପାଇଁ ଦୈନିକ ଔଷଧ ମଧ୍ୟ ଗ୍ରହଣ କରୁଛନ୍ତି । ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ଏବଂ ଏହାର ସମ୍ବନ୍ଧୀୟ କିଛି ଘରୋଇ ଉପଚାର।
-ସାଧାରଣତଃ ରୋଷେୟା କାର୍ୟ୍ୟରେ ଅଦାକୁ ବ୍ୟବହାର କରାଯାଇଥାଏ । ଏହି ଅଦା ଦ୍ୱାରା ମଧ୍ୟ ଶ୍ୱାସ ସମସ୍ୟାରୁ ରକ୍ଷା ମିଳିପାରିବ । ଅଦାର ଚା’ ପ୍ରସ୍ତୁତ କରିବା ସହ ଏଥିରେ ଦୁଇ କୋଲା ରସୁଣକୁ କାଟି ମିଶାଇ ସକାଳେ ଏବଂ ସନ୍ଧ୍ୟା ସମୟରେ ସେବନ କରନ୍ତୁ । ଏହା ଦ୍ୱାରା ଶ୍ୱାସ ସମସ୍ୟା କିଛି ମାତ୍ରାରେ ଉପଶମ ହେବ ।
-ଶ୍ୱାସରୁ ରକ୍ଷା ପାଇବା ପାଇଁ ୫ କୋଲା ରସୁଣକୁ ୩୦ ମିଲି କ୍ଷୀରରେ ଅଳ୍ପ ଫୁଟାନ୍ତୁ । ଏହାକୁ ଦୈନିକ ଥରେ ସେବନ କରନ୍ତୁ ।
-ଶ୍ୱାସ ପାଇଁ ଘରେ ପ୍ରସ୍ତୁତ କାଢ଼ା ମଧ୍ୟ ବହୁ ଉପକାରୀ । ଏହାକୁ ପ୍ରସ୍ତୁତ କରିବା ପାଇଁ ୧୨୫ ମିଲି ପାଣିରେ ୪-୫ଟି ଲବଙ୍ଗ ପକାଇ ୫ ମିନିଟ ଫୁଟାନ୍ତୁ । ଏହାକୁ ଛାଣି ମହୁ ମିଶ୍ରଣ କରି ଦୈନିକ ୩-୪ ଥରସେବନ କରନ୍ତୁ । ଦେଖିବେ ଶ୍ୱାସରୁ ବହୁ ମାତ୍ରାରେ ରକ୍ଷା ମିଳିବ ।