Odia News Portal

ଓଜନ କମାଇବ ଭୁଷି

ଭୁଷିରୁ ଓଜନ କମାଇବା ଜୁସ୍‌ ।  ଭୁଷି ପାନୀୟରେ ପେଟକୁ ସୁସ୍ଥ ରଖୁଥିବା ବିଭିନ୍ନ ପଦାର୍ଥର ବ୍ୟବହାର କରାଯାଇଛି । ପ୍ରଥମ ଇସବଗୁଲ୍‌ ଭୁଷି  ଓ ସେଓ ସିର୍‌କା । ଉଭୟ ଓଜନ କମାଇବା ପାଇଁ ବ୍ୟବହୃତ ହୋଇଥାଏ ।

ଭୁଷିରେ  ବହୁ ମାତ୍ରାରେ ଫାଇବର୍‌ ରହିଥାଏ । ଏହାକୁ ପାଣିରେ ମିଶାଇ ଦିଅନ୍ତୁ । ଏହା ଜେଲରେ

ପରିଣତ ହେବା ପାଇଁ ସମସ୍ତ ପାଣିକୁ ଅବଶୋଷିତ କରିଦେଇଥାଏ । ଏହାକୁ ପିଇବା ଦ୍ୱାରା ଶରୀରର ସମସ୍ତ

ଅଦରକାରୀ ପଦାର୍ଥକୁ ବାହାରକୁ ବାହାର କରିଦିଏ । ଦ୍ୱିତୀୟରେ ସେଓ ସିର୍‌କା ଏକ ପ୍ରିବାୟୋଟିକ୍‌, ଯାହା ପେଟକୁ ସଫା ରଖିବାରେ ବେଶ୍‌ ସହାୟକ ହୋଇଥାଏ ।

  • ଏକ ଚାମଚ ଭୁଷି
  • ଏକ ଚାମଚ ସେଓ ସିର୍‌କା
  • ସେଥିରେ ଅଧା ଗ୍ଲାସ୍‌ ବା ୨୦୦ରୁ ୨୫୦ ମି.ଗ୍ରା ପାଣି ମିଶାନ୍ତୁ ।
  • ସକାଳ ଭୋଜନ କରିବାର ଅଧା ଘଣ୍ଟା ପୂର୍ବରୁ ଏହାକୁ ପିଅନ୍ତୁ ।
  • ଡାଲଚିନିରେ ଆଣ୍ଟି-ମାଇକ୍ରୋବାୟଲ୍‌ ଗୁଣ ରହିଛି, ଯାହା ପାଚନ ତନ୍ତ୍ରର ସଂକ୍ରମଣକୁ କମ୍‌ କରିଥାଏ । ଏହା ଖାଦ୍ୟପଦାର୍ଥରେ ଥିବା ଲିଷ୍ଟେରିଆ ପରି ବ୍ୟାକ୍ଟେରିଆକୁ ବଢିବାରୁ ରୋକିଥାଏ । ଭୁଷି ସହ ଡାଲଚିନି ମିଶାଇ  ପିଇବା ଦ୍ୱାରା ପେଟ ସଫା ରହିବ, ଓଜନ ନିୟନ୍ତ୍ରିତ ଓ ରକ୍ତରେ ଶର୍କରାର ମାତ୍ରା ସନ୍ତୁଳିତ ରହିଥାଏ ।