Odia News Portal

ଚର୍ମ ରୋଗ ଦୂର କରେ ପାନ

ଆମେ ଅଧିକାଂଶ ସମୟରେ ଶୁଭ କାର୍ଯ୍ୟ ଏବଂ ପୂଜା କାର୍ଯ୍ୟ ରେ ପାନ ପତ୍ରର ପ୍ରୟୋଗ କରିଥାଉ । ପ୍ରାୟ ଲୋକ ମାନେ ଖାଦ୍ୟ ଖାଇବା ପରେ ଏହି ପାନର ସେବନ କରନ୍ତି । ଏମିତି କରିଲେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ । ଏବଂ ଆମର ପାଚନ ତନ୍ତ୍ର ସବୁ ବେଳେ ସୁସ୍ଥ ରହିଥାଏ । ପାନ ପତ୍ର ନା କେବଳ ଶୁଭ କାର୍ୟ୍ୟରେ ବ୍ୟବହାର ହୁଏ ବରଂ ଏହାକୁ ଆମେ ମାନେ ଅନେକ ରୋଗ ଭଲ କରିବା ପାଇଁ ବ୍ୟବହାର କରିଥାନ୍ତି । କେବଳ ସେତିକି ନୁହେଁ ଚର୍ମର ସମସ୍ତ ସମସ୍ୟା ଦୂର କରିବା ପାଇଁ ପାନ ପତ୍ରର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଚର୍ମରେ ଥିବା କଳା ଦାଗ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପାନ ପତ୍ରରେ ଅନେକ ଔଷଧ ଗୁଣ ଅଛି। ଏହା ମୁହଁ ସଫା କରିବା ସହିତ ଆଲର୍ଜି ମଧ୍ୟ ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା ପାନ ପତ୍ରର ଉପକାରିତା ବିଷୟରେ
ଚର୍ମରେ ଥିବା କଳା ଦାଗକୁ ଦୂର କରିବା ପାଇଁ ପାନ ପତ୍ର ବ୍ୟବହାର କରାଯିବା ଉଚିତ । ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ସ୍କିନ ଲାଇଟିନିଂଗ୍ ଏଜେଣ୍ଟ ଥାଏ ।ଯାହା ଚର୍ମର କଳା ଦାଗ ଦୂର କରିଥାଏ ।
ଚର୍ମ ସଂକ୍ରମଣ ଏବଂ ଆଲର୍ଜି ସମସ୍ୟା ଦୂର କରିବା ପାଇଁ ମଧ୍ୟ ପାନ ପତ୍ର ବହୁ ଉପକାରୀ ଅଟେ । ଏଥିରେ ଥିବା ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିମାଇକ୍ରୋବାୟଲ୍ ଗୁଣ ଚର୍ମ ଆଲର୍ଜିକୁ ଭଲ କରିଥାଏ ।
ପାନ ପତ୍ରରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି । ଏଥିରେ ଥିବା ଫ୍ଲାଭୋନାଏଡ୍ ଏବଂ ପଲିଫେନୋଲ୍ ଫୁଲା ସମସ୍ୟାକୁ ହ୍ରାସ କରିଥାଏ ।
କେବଳ ସେତିକି ନୁହେଁ ଯେଉଁ ମାନଙ୍କୁ କନଷ୍ଟିପେସନ ଭଳି ସମସ୍ୟା ରହିଛି ସେମାନେ ସକାଳୁ ଗୋଟିଏ ପାନ ପତ୍ର ଚୋବେଇ ଖାଆନ୍ତୁ । ଏହି ପାନପତ୍ର ରେ ଏଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଥାଏ । ଜାହା ଆମର କାଶ ଭଳି ସମସ୍ୟା କୁ ଦୂର କରେ ।
ଗୋଟିଏ ପାନ ପତ୍ର ରେ ଚିନି ଦାନା ସଦୃଶ ଚୂନ ମିଶେଇ ଆପଣ ମାନେ ପ୍ରତି ଦିନ ସେବନ କରିବେ ତେବେ ଆପଣ ମାନଙ୍କ ଶରୀର ରେ କ୍ୟଲସିୟମ୍ ର ଅଭାବ ମୋଟେ ବି ହେବ ନାହିଁ ।
ଯଦି ଆପଣ ମାନଙ୍କର ଗଳା ବସିଜାଇଛି ବା ପ୍ରୋଡ୍ ଇନଫେକ୍ସନ ହୋଇଛି ତେବେ ଆପଣ ମାନେ ଏକ ପାନ ପତ୍ର କୁ ଏକ ଗ୍ଲାସ୍ ପାଣିରେ ଫଉଟେଇ ଗ୍ରାଗ୍ଲିଂ କରିପାରିବେ । ସେହି ପରି ଆପଣ ମାନେ ତ୍ୱଚ୍ଛା ର ସମସ୍ୟା ଏବଂ ମୁହଁ ର ସମସ୍ୟା ପାଇଁ ବ୍ୟଟିଂ ପ୍ରଡୋକ୍ଟ ଭାବେ ଆପଣ ମାନେ ଏହାର ବ୍ୟବହାର କରିପାରିବେ ।
ପାନ ପତ୍ର ବ୍ୟବହାର କରିବାର ପ୍ରଣାଳୀ:
– ପାନ ପତ୍ରକୁ ଶୁଖାଇ ଏହାର ଏକ ପାଉଡର ପ୍ରସ୍ତୁତ କରନ୍ତୁ। ଏଥିରେ ହଳଦୀ ଏବଂ ମହୁ ମିଶାଇ ଏହାକୁ ତ୍ୱଚାରେ ଲଗାନ୍ତୁ ।ଏହି ପେଷ୍ଟକୁ ୨ ମିନିଟ୍ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
– ମୁଠାଏ ପାନ ପତ୍ରକୁ ଗ୍ରାଇଣ୍ଡ୍ କରି ଚର୍ମରେ ଭଲ ଭାବରେ ଲଗାନ୍ତୁ । ଗୋଟିଏ ମିନିଟ୍ ପରେ ମୁହଁକୁ ସାଧା ପାଣିରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଚର୍ମରେ ଚକମ ଆସିଥାଏ ।
– ଏହି ପତ୍ରକୁ ଫୁଟାଇ ଏହାର ପାଣିରେ ମୁଖ ଧୋଇବା ମଧ୍ୟ ଲାଭଦାୟକ ହୋଇଥାଏ ।