Odia News Portal

ଥକାପଣ ସହ ଡିପ୍ରେସନ ଦୂର ହେବ ପିଅନ୍ତୁ ଏହି…

ଶୀତଦିନରେ କ୍ଷୀର ପିଇବା ବହୁତ ଲାଭକାରୀ ହୋଇଥାଏ। କ୍ଷୀରରେ ରହିଥିବା ପ୍ରୋଟିନ୍, କାବ୍ରୋହାଇଡ଼୍ରେଟ୍, ଭିଟାମିନ୍ ଏବଂ ମିନେରାଲ ରହିଥାଏ, ଯାହା ଶରୀର ପାଇଁ ବହୁତ ଭଲ ହୋଇଥାଏ। ତେବେ ଏଥିପାଇଁ ସଠିକ୍ ସମୟ ଏବଂ ପରିମାଣର କ୍ଷୀର ପିଇବା ଆବଶ୍ୟକ। ଆଜି ଆମେ ଆପଣଙ୍କୁ ଗରମ କ୍ଷୀର ପିଇବାର ସମୟ ସହ ତାହାର ଅନେକ ଫାଇଦା ବିଷୟରେ କହିବାକୁ ଯାଉଛୁ।
ଗରମ କ୍ଷୀରର ସେବନ ଉଦ୍ଭୟ ସକାଳ ଏବଂ ସନ୍ଧ୍ୟାରେ କରାଯାଇପାରିବ। ସକାଳେ ଗରମ କ୍ଷୀରର ସେବନ ଦିନଯାକ ଶରୀରରେ ଉର୍ଜା ରଖିଥାଏ। ଏଥିସହ ସନ୍ଧ୍ୟା ସମୟରେ ଏହାର ସେବନ ଆଖି ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ସବୁଠାରୁ ଭଲ ଏହାକୁ ରାତି ସମୟରେ ପିଇବା। କାରଣ ଏହା ଦ୍ବାରା ଶରୀର କ୍ଷୀରରେ ରହିଥିବା ନ୍ୟୁଟ୍ରିସିୟସକୁ ଟାଣି ନେଇଥାଏ। ତେବେ କ୍ଷୀରର ସେବନ ଭୁଲରେ ମଧ୍ୟ ଖାଲି ପେଟରେ କରିବା ଉଚିତ୍ ନୁହଁ।
ଯଦି ଆପଣଙ୍କର ଗଣ୍ଠି ଜନିତ ରୋଗ ରହିଛି ତେବେ ଆପଣଙ୍କ ପାଇଁ ଗରମ କ୍ଷୀର ବହୁତ ଲାଭଦାୟକ ହୋଇଥାଏ। ଏଥିପାଇଁ ଗରମ କ୍ଷୀରରେ ଦୁଇ ଚାମଚ ହଳଦି ମିଶାଇ ପିଅନ୍ତୁ ଦେଖିବେ ଗଣ୍ଠି ଜନିତ ଯନ୍ତ୍ରଣା ସହ ଏହାର ଫୁଲା ମଧ୍ୟ କମ ହୋଇଯିବ।
ବଡ଼ି ବନାଇବା ପାଇଁ ବହୁତ ଲାଭଦାୟକ ରାତିରେ କ୍ଷୀର ପିଇବା। ଏହା ଛଡ଼ା ରାତିରେ ଗରମ କ୍ଷୀର ପିଇବା ଦ୍ବାରା ଓଜନ କମ ମଧ୍ୟ ହୋଇଥାଏ। ଏଣୁ ଯଦି ଆପଣ ଓଜନ ବଢ଼ାଇବା ପାଇଁ ଚାହୁଁଛନ୍ତି ତେବେ ଦିନ ସମୟରେ କ୍ଷୀର ପିଇବା ଅଭ୍ୟାସ କରନ୍ତୁ।
ଭଲ ଏବଂ ଗଭୀର ନିଦ ପାଇଁ ଖାଇବା ପରେ ୧ଗ୍ଲାସ କ୍ଷୀର ପିଅନ୍ତୁ। ଆପଣ ଏହାକୁ ଅସ୍ବଗନ୍ଧା ଏବଂ ତ୍ରିଫଳ ସହ ମଧ୍ୟ ପିଇପାରିବେ। ଏହା ଦ୍ବାରା ଗମ୍ଭୀର ନିଦ ହୋଇଥାଏ।
ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ କିନ୍ତୁ ଗରମ କ୍ଷୀରର ସେବନ ବ୍ୟକ୍ତିଙ୍କୁ ଡିପ୍ରେସନରୁ ବଞ୍ଚାଇଥାଏ। ଏଥିସହ କୌଣସି ପ୍ରକାରର ଚିନ୍ତା ରହିଥିଲେ ମଧ୍ୟ କ୍ଷୀର ପିଇବା ଦ୍ବାରା ତାହା ଦୂର ହୋଇଥାଏ।