Odia News Portal

ପ୍ରତିଦିନ ଖାଆନ୍ତୁ ଫଳ, ମନକୁ ଖୁସି ରଖିବା ସହ କମାଇଥାଏ ଚାପ

ସବୁଜ ପନିପରିବା ଏବଂ ଫଳକୁ ହେଲ୍‌ଦୀ ବୋଲି ବିବେଚନା କରାଯାଏ । ଏହାକୁ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଆଯାଏ। କୁହାଯାଏ ପ୍ରତିଦିନ ଗୋଟିଏ ଆପଲ୍ ନିହାତି ଖାଇବା ଆବଶ୍ୟକ। ଆପଲ୍ କେବଳ ହେଲ୍‌ଦୀ ନୁହେଁ ବରଂ ଏହା ଆମକୁ ଖୁସି ରହିବାରେ ମଧ୍ୟ ସାହାଯ୍ୟ କରେ। କେବଳ ଆପଲ୍ ନୁହେଁ କଦଳୀ, ବେରିଜ୍ ଏବଂ ଖଟା ଫଳ ସବୁ ଆମ ମନୋବଳକୁ ଦୃଢ କରିବାରେ ସାହାଯ୍ୟ କରେ। ଅନୁସନ୍ଧାନରୁ ଏହା ମଧ୍ୟ ଜଣା ପଡିଛି ଯେ ଫଳ ଖାଇବା ଏକ ସକରାତ୍ମକ ମନ ପାଇଁ ଲାଭଦାୟକ। ଆସନ୍ତୁ ଜାଣିବା ସେହି ବିଷୟରେ…

ଭେରିୱେଲ୍ ମାଇଣ୍ଡ ଅନୁଯାୟୀ, ଫଳ ଖାଇବା ଦ୍ୱାରା ଡିପ୍ରେସନ୍ କମ୍ ହୋଇଥାଏ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ । ଫଳରେ ନ୍ୟୁଟ୍ରିଏଣ୍ଟ୍‌ସ ପ୍ରଚୁର ପରିମାଣରେ ରହିଥାଏ। ଯେତେବେଳେ ଆମେ ଫଳ ଖାଇଥାଉ, ଆମ ଶରୀର ମିନେରାଲ୍ସ ଏବଂ ଭିଟାମିନ୍ ପାଇଥାଏ। ଯାହାଦ୍ୱାରା ଆମ ଶରୀରକୁ ଶକ୍ତି ମିଳିଥାଏ। କିନ୍ତୁ, ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ଦ୍ୱାରା, ଆମକୁ ଭିଟାମିନ୍ ଏବଂ ପୋଷକ ତତ୍ତ୍ୱ ମିଳିନଥାଏ। ଯେଉଁଥିପାଇଁ ଆମେ କ୍ଳାନ୍ତ, ଉଦାସ ଏବଂ ଚାପ ଅନୁଭବ କରୁ। ବେରିଜ୍ ପରି କେତେକ ଫଳରେ ଫ୍ଲାଭୋନାଏଡ୍ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଆମ ମସ୍ତିଷ୍କ ପାଇଁ ଭଲ ହୋଇଥାଏ। ଏହି ଆଣ୍ଟିଅକ୍ସିଡାଣ୍ଟ ଚାପକୁ ହ୍ରାସ କରିଥାଏ।

କଦଳୀ ଏବଂ ଆଭୋକାଡୋ ହେଉଛି ଏହିପରି ଦୁଇଟି ଫଳ, ଯାହା ଶରୀରରେ ସେରୋଟୋନିନ୍ ପରି ନ୍ୟୁରୋଟ୍ରାନ୍ସମିଟର ଉତ୍ପାଦନକୁ ସମର୍ଥନ କରେ, ଯେଉଁ କାରଣରୁ ଆମର ସାମଗ୍ରିକ ମନୋବଳ ସଠିକ୍ ଏବଂ ସକରାତ୍ମକ ରହିଥାଏ। ଏହା ବ୍ୟତୀତ ଅନ୍ୟ ଫଳଗୁଡ଼ିକ ମଧ୍ୟ ଆମ ମନକୁ ଆରାମଦାୟକ ଏବଂ ସକରାତ୍ମକ ରଖିବାରେ ସାହାଯ୍ୟ କରେ।