Odia News Portal

ଭୀମସାରରେ ୭ ଛାତ୍ର କରୋନା ପଜିଟିଭ

ବୁର୍ଲା ଭୀମସାରରେ ବୃଦ୍ଧି ପାଇଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମେ ୨୨ ଜଣ ଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏବେ ଆଉ ୭ ଜଣ ଛାତ୍ରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି ।

 ସଂକ୍ରମଣ ବୃଦ୍ଧି ପାଇବା ପରେ ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷର ଅଫଲାଇନ ପରୀକ୍ଷା ବାତିଲ ହୋଇଛି। ସମସ୍ତ ପରୀକ୍ଷା ଓ ପ୍ରାକ୍ଟିକାଲ ଅନଲାଇନ ମାଧ୍ୟମରେ ହେବ ବୋଲି ସୂଚନା ମିଳିଛି। ଏନେଇ ଭୀମସାର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ,  ସୋମବାର  ଏମବିବିଏସ ପ୍ରଥମ ବର୍ଷର ୨୨ ଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କୁ ବିଳମ୍ବିତ ରାତ୍ରିରେ କୋଭିଡ ଓ୍ୱାର୍ଡରେ ଭର୍ତ୍ତି କରାଯାଇଥିଲା ।  ମଙ୍ଗଳବାର ଛାତ୍ରଙ୍କ କୋଭିଡ ଟେଷ୍ଟ ହୋଇଥିଲା । କିଛି ଦିନ ପୂର୍ବେ ସମସ୍ତେ କୌଣସି ଏକ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ । ସେଠାରୁ ସଂକ୍ରମଣ ବ୍ୟାପିଥିବା ଅନୁମାନ କରା