Odia News Portal

ଭୀମସାରରେ ମାଇକ୍ରୋ କଣ୍ଟେନମେଣ୍ଟ

ବୁର୍ଲା ଭୀମସାରରେ କରୋନା ସଂକ୍ରମଣ ଗତ ଦୁଇ ଦିନ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହାକୁ ନେଇ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲ୍ଲା ପ୍ରଶାସନ । ସଂକ୍ରମିତ ଚିହ୍ନଟ ହୋଇଥିବା ସମସ୍ତ ହଷ୍ଟେଲକୁ ସାନିଟାଇଜ କରିବା ସହ ୫ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏ ଭିତରେ ରହିଛି ସାବିତ୍ରୀ, ଗାର୍ଗୀ, ଚରକ, ଭୃଗୁ ଏବଂ ପାତଞ୍ଜଳି ହଷ୍ଟେଲ । ସାବିତ୍ରୀ ଓ ଗାର୍ଗୀ ଛାତ୍ରୀ ନିବାସ ହୋଇଥିବାବେଳେ ବାକି ୩ଟି ଛାତ୍ର ନିବାସ ବୋଲି ଜଣାପଡିଛି ।

ସେହିପରି ଷ୍ଟାଫ୍ କ୍ବାର୍ଟର, ଆପାଲା ଛାତ୍ରୀ ନିବାସ, ଆତ୍ରେୟ, ବିଶ୍ବାମିତ୍ର ଏବଂ ମାର୍କଣ୍ଡେୟ ଛାତ୍ରାବାସ ବୋଫର ଜୋନ୍ ମଧ୍ୟରେ ରହିଛି । ଏହି କଣ୍ଟେନମେଣ୍ଟ ସମୟ ସୀମା ଶୁକ୍ରବାର ସକାଳ ୭ଟାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଲାଗୁ ହେବ ବୋଲି ଉଲ୍ଲେଖ ରହିଛି।