Odia News Portal

ଆସନ୍ତୁ ଜାଣିବା, ମସ୍ତିଷ୍କ ରେଖା କହି ଦିଏ କିଏ ଧନୀ, ଜ୍ଞାନୀ ଓ ନିର୍ଦ୍ଦୟୀ

ଭୁବନେଶ୍ୱର : ସମସ୍ତଙ୍କ ହାତ ପାପୁଲିରେ ତିନୋଟି ରେଖା ଦେଖିବାକୁ ମିଳିଥାଏ। ସେଗୁଡ଼ିକ ହେଲା ଜୀବନ ରେଖା, ମସ୍ତିଷ୍କ ରେଖା ଏବଂ ହୃଦୟ ରେଖା। ହସ୍ତରେଖା ବିଜ୍ଞାନୀଙ୍କ ମତରେ ଏହି ତିନୋଟି ରେଖା ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ମସ୍ତିଷ୍କ ରେଖା ଆପଣଙ୍କ ହାତ ପାପୁଲିର ମଝିରେ ଦେଖିବାକୁ ମିଳିଥାଏ। ଜୀବନ ଏବଂ ମସ୍ତିଷ୍କ ରେଖାର ଉତ୍ପତି ସ୍ଥଳ ଗୋଟିଏ ବୋଲି କୁହାଯାଇଥାଏ। କିଛି ଲୋକଙ୍କ ହାତରେ ଜୀବନ ଏବଂ ମସ୍ତିଷ୍କ ରେଖାର ଗୋଟିଏ ଶିରା ଅନ୍ୟ ଶିରା ସହିତ ଯୋଡ଼ି ହୋଇ ରହିଥାନ୍ତି।

ହସ୍ତରେଖା ବିଜ୍ଞାନୀଙ୍କ ମତରେ,ଏପରି ଲୋକ ବହୁତ ଦୂରଦର୍ଶି ଏବଂ କ୍ରୋଧିତ ସ୍ୱଭାବର ହୋଇଥାନ୍ତି। ଏହି ବର୍ଗର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । କିନ୍ତୁ ବେଳେବେଳେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କିଛି ଲୋକଙ୍କ ମସ୍ତିଷ୍କ ରେଖା ହାତର ମଝିଭାଗରେ ହିଁ ଶେଷ ହୋଇଯାଇଥାଏ। ଏପରି ରେଖା ଥିଲେ, ଶୁଭ ବୋଲି କୁହାଯାଇଥାଏ। କୁହାଯାଏ, ଏପରି ଲୋକ ସେମାନଙ୍କ ଜୀବନରେ ସଫଳତା ପାଇବା ସହିତ ଉଚ୍ଚପଦ ହାସଲ କରିଥାନ୍ତି। ସେହିପରି କିଛି ଲୋକଙ୍କ ମସ୍ତିଷ୍କ ରେଖାର ଗୋଟିଏ ଶିରା ଜୀବନରେଖାଠାରୁ ଦୂରକୁ ଚାଲି ଯାଇଥାଏ। ଏପରି ଲୋକମାନେ ଧନବାନ୍‌ ହେବା ସହିତ ଏମାନଙ୍କର ଆତ୍ମବିଶ୍ୱାସ ମଜଭୁତ୍‌ ହୋଇଥାଏ।

ସେହିପରି କିଛି ଲୋକଙ୍କ ମସ୍ତିଷ୍କରେଖା ବଡ଼ ହୋଇଥାଏ। ହସ୍ତରେଖା ବିଜ୍ଞାନୀଙ୍କ ମତରେ ଏପରି ବ୍ୟକ୍ତି ତାଙ୍କ ଜୀବନରେ ଅଧିକ ଯ।ତ୍ରା କରିଥାନ୍ତି। ଏମାନଙ୍କର ଅନେକ ସାଙ୍ଗ ରହିଥିବା ସତ୍ତ୍ୱେ, ଗୋଟିଏ ସ୍ଥାନରେ ଜଣଙ୍କ ପାଖରେ ମନ ଲାଗିନଥାଏ।
କିଛି ଲୋକଙ୍କର ମସ୍ତିଷ୍କ ରେଖା ହୃଦୟ ରେଖାର ଅତି ନିକଟରେ ରହିଥାଏ। ହସ୍ତରେଖା ବିଜ୍ଞାନୀଙ୍କ ମତରେ, ଏପରି ବ୍ୟକ୍ତି ନିର୍ଦ୍ଦୟୀ ସ୍ୱଭାବର ହୋଇଥାନ୍ତି।