Odia News Portal

ଆପଣଙ୍କୁ ଖରାପ ସ୍ୱପ୍ନ ଡରାଉଛି କି ? ଆପଣାନ୍ତୁ ଏହି ଉପାୟ କରିବା ..

ଭୁବନେଶ୍ୱର : ରାତିରେ ଶୋଇବା ବେଳେ ପ୍ରାୟ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି । କିଏ ଭଲ ସ୍ୱପ୍ନ ଦେଖିଥାଏ ତ କିଏ ଖରାପ ସ୍ୱପ୍ନ। ଭୟଙ୍କର ସ୍ୱପ୍ନ ଦେଖି ଆପଣଙ୍କ ନିଦ ଭାଙ୍ଗି ଯାଉଥିବ। କିଛି ଲୋକ ତ ପ୍ରତିଦିନ ଏପରି ଭୟଙ୍କର ସ୍ୱପ୍ନ ଦେଖିଥାନ୍ତି। ଯେଉଁଥି ପାଇଁ ସେମାନେ ଚିନ୍ତାରେ ରହିଥାନ୍ତି। ତେବେ ବାସ୍ତୁଶାସ୍ତ୍ରରେ ଏହାର ସମାଧାନର ବାଟ ରହିଛି। ବାସ୍ତୁର କିଛି ସରଳ ଉପାୟ ଉପରେ ଧ୍ୟାନ ଦେଲେ ଏପରି ଖରାପ ସ୍ୱପ୍ନରୁ ମୁକ୍ତି ପାଇପାରିବେ।
ଆସନ୍ତୁ ଜାଣିବା କେଉଁ ଉପାୟ ଆପଣାଇଲେ ରାତିରେ ଆଉ ଭୟଙ୍କର ସ୍ୱପ୍ନ ଆସିବ ନାହିଁ।

. ରାତିରେ ଶୋଇବା ସମୟରେ ଡର ଲାଗିଲେ କିମ୍ବା ଭୟଙ୍କର ସ୍ୱପ୍ନ ଦେଖି ନିଦ ଭାଙ୍ଗି ଯାଉଥିଲେ ତକିଆ ତଳେ ୫ରୁ ୬ଟି ଇଲାଇଚ୍‌ କପଡ଼ାରେ ବାନ୍ଧି ରଖିଦିଅନ୍ତୁ, ଆଉ ଖରାପ ସ୍ୱପ୍ନ ଆସିବ ନାହିଁ।
. ଏକ ତମ୍ବା ପାତ୍ରରେ ପାଣି ଭରି ବିଛଣା ପାଖରେ ରଖନ୍ତୁ। ସକାଳେ ଏହି ପାଣିକୁ ଗଛରେ ଦେଇଦିଅନ୍ତୁ। ଆଉ ଖରାପ ସ୍ୱପ୍ନ ଆପଣଙ୍କ ପାଖ ମାଡ଼ିବ ନାହିଁ।
. ବାସ୍ତୁଶାସ୍ତ୍ର ଅନୁସାରେ ଯଦି ରାତିରେ ଶୋଇବା ବେଳେ ଡର ଲାଗୁଛି ଓ ଖରାପ ସ୍ୱପ୍ନ ଦେଖୁଛନ୍ତି ତେବେ ତକିଆ ତଳେ ଏକ ଛୁରୀ ରଖି ଦିଅନ୍ତୁ। ଯଦି ଛୁରୀ ନାହିଁ ତେବେ କଇଁଚି, ନେଲ୍‌ କଟର୍‌, କଣ୍ଟା ମଧ୍ୟ ରଖି ପାରିବେ। ଭୟ ଦୂରେଇ ଯିବ।
. କାଗଜ କି କପଡ଼ାରେ ହଳଦୀ ବୋଳା ଯାଇଥିବା କିଛି ଚାଉଳ ବାନ୍ଧି ତକିଆ ତଳେ ରଖି ଦିଅନ୍ତୁ। ଡର ଲାଗିବା ଓ ଖରାପ ସ୍ୱପ୍ନ ଆସିବା ବନ୍ଦ ହୋଇଯିବ।
. ମହିଳାମାନେ ରାତିରେ ଚୁଟି ବାନ୍ଧି ଶୋଇବା ଉଚିତ୍‌। ରାତିରେ ଚୁଟି ଖୋଲା ରଖି ଶୋଇଲେ ଖରାପ ସ୍ୱପ୍ନ ଆସିଥାଏ।
. ଶୋଇବା ପୂର୍ବରୁ ବିଛଣା ସଜାଡ଼ି ନିଅନ୍ତୁ। ଖରାପ କିମ୍ବା ବାସି ବିଛଣାରେ ଶୋଇଲେ ଖରାପ ସ୍ୱପ୍ନ ଆସିଥାଏ।
. ପଲଙ୍କ ପାଖରେ କିମ୍ବା ଆଖପାଖରେ ଜୋତା ଥିଲେ ଖରାପ ସ୍ୱପ୍ନ ଆସିଥାଏ। ତେଣୁ ଜୋତାକୁ ପଲଙ୍କଠାରୁ ଦୂରରେ ରଖନ୍ତ, ଆଉ ଖରାପ ସ୍ୱପ୍ନ ଆସିବ ନାହିଁ।
. ଚାଦର କଳା ହୋଇଥିଲେ ଅଥବା ଏଥିରେ ହିଂସ୍ର ଜନ୍ତୁଙ୍କ ଫଟୋ ଥିଲେ, ଏହାକୁ ବ୍ୟବହାର କରନ୍ତୁ ନାହିଁ। ଏହା ଭୟଙ୍କର ଓ ଖରାପ ସ୍ୱପ୍ନର କାରଣ ହୋଇପାରେ। ସେହପରି ଚିରି ଯାଇଥିବା ଚାଦର ମଧ୍ୟ ବ୍ୟବହାର କରନ୍ତୁ ନାହିଁ।