Odia News Portal

ଆଳତୀ ସମୟରେ ଦୀପ ଲିଭିବା ଦେଇଥାଏ ଏହି ସଙ୍କେତ

ସନାତନ ଧର୍ମରେ ଏପରି ଅନେକ ପ୍ରାଚୀନ ପରମ୍ପରା ରହିଛି, ଯାହା ଆଜି ବି ବିଶ୍ୱର କୋଟି କୋଟି ଲୋକଙ୍କୁ ମାର୍ଗଦର୍ଶନ କରୁଛି। ଏହି ପରମ୍ପରାଗୁଡ଼ିକ ମଧ୍ୟରୁ ଗୋଟିଏ ଦୀପ ଜାଳିବା। ଏପରି କୌଣସି ଶୁଭ କାମ ନାହିଁ, ଯେଉଁଥିରେ ଦୀପ ଜଳେ ନାହିଁ। ବିଶ୍ୱାସ କରାଯାଏ ଏହା କରିବା ଦ୍ୱାରା ବ୍ୟକ୍ତିଙ୍କୁ ଦେବାଦେବୀଙ୍କ ଆଶୀର୍ବାଦ ମିଳିଥାଏ ଏବଂ ଜୀବନର ସମସ୍ତ ଅନ୍ଧକାର ଦୂର ହୋଇଥାଏ। କିନ୍ତୁ ଯଦି ଆଳତୀ କରିବା ସମୟରେ, ଦୀପ ଲିଭି ଯାଏ, ତେବେ ଏହା କ’ଣ ସୂଚାଇଥାଏ। ଚାଲନ୍ତୁ ଜାଣିବା ସେହି ବିଷୟରେ…

ଦେବାଦେବୀ ରାଗିବାର ସଙ୍କେତ :

ଧାର୍ମିକ ଶାସ୍ତ୍ର ଅନୁଯାୟୀ, ପୂଜା ସମୟରେ ଦୀପ ଲିଭି ଯିବାର ଅର୍ଥ, ଦେବାଦେବୀ ଆପଣଙ୍କ ଉପରେ ରାଗିଛନ୍ତି। ଯଦି ଏହା ଘଟେ, ମନୋକାମନା ପୂରଣ ହେବାରେ ବାଧା ସୃଷ୍ଟି ହୁଏ। ତେଣୁ ଏପରି ପରିସ୍ଥିତିରେ, ହାତ ଯୋଡି ଭଗବାନଙ୍କୁ ଆନ୍ତରିକ ହୃଦୟରେ କ୍ଷମା ମାଗନ୍ତୁ ଏବଂ ଆଉଥରେ ଦୀପ ଜାଳନ୍ତୁ।

ଆନ୍ତରିକ ମନରେ ପୂଜା ନ କରିବା ମଧ୍ୟ କାରଣ :

ପୂଜା ସମୟରେ ଦୀପ ଲିଭି ଯିବାର ଅର୍ଥ ବ୍ୟକ୍ତି ଭକ୍ତିର ସହ ଭଗବାନଙ୍କୁ ପୂଜା କରୁନାହାଁନ୍ତି। ଏହାର କାରଣ ମୋବାଇଲ୍ ବ୍ୟବହାର କିମ୍ବା ଅନ୍ୟ ଜିନିଷ ପ୍ରତି ଧ୍ୟାନ ହୋଇପାରେ। ତେଣୁ ପୂଜା କରିବା ସମୟରେ ସମସ୍ତ ଗ୍ୟାଜେଟ୍‌ସ ବନ୍ଦ କରିଦିଅନ୍ତୁ।

କୌଣସି ଅନିଷ୍ଟର ସଙ୍କେତ ହୋଇପାରେ :

ଆଳତୀ ସମୟରେ ଦୀପ ଲିଭିବା କୌଣସି ଅନିଷ୍ଟର ସଙ୍କେତ ହୋଇପାରେ। ତେଣୁ ପୂଜା ଆରମ୍ଭ କରିବା ପୂର୍ବରୁ ସେଥିରେ ପର୍ଯ୍ୟାପ୍ତ ପରିମାଣର ଘିଅ ବା ତେଲ ଢାଳନ୍ତୁ।