Odia News Portal

ସକାଳୁ ସକାଳୁ ଖାଲି ପେଟରେ କରନ୍ତୁ ନାହିଁ ଏହି ୪ କାମ

କେହି କେହି ସକାଳୁ ଖାଲି ପେଟରେ ରହି ନପାରି କିଛି ବି ଖାଉଥିଲା ବେଳେ ଆଉ କେହି କିଛି ବି ଖାଇ ନଥାନ୍ତି । ସକାଳୁ ସକାଳୁ ଖାଲି ପେଟରେ ଯାହା ତାହା କରିବା କଥା ନୁହେ । ଯଦି ଆପଣ ସକାଳୁ ଖାଲି ପେଟରେ ଏହି ୪ କାମ କରୁଛନ୍ତି ତ ଶରୀର ପାଇଁ ହୋଇପାରେ ବଡ ବିପଦ । ଆସନ୍ତୁ ଜାଣିବା ସକାଳେ ଖାଲି ପେଟରେ କେଉଁ ୪ କାମ କରିବା କଥା ନୁହେଁ ।

୧. ଖାଲି ପେଟରେ ମଦ ପିଅନ୍ତୁ ନାହିଁ : ଯଦି ଆପଣଙ୍କ ପେଟରେ ଖାଦ୍ୟ ନାହିଁ ତ ଆପଣ ଖାଲି ପେଟରେ ମଦ ପିଅନ୍ତୁ ନାହିଁ । କାରଣ ଏହା ସିଧା ବ୍ଲଡ଼ ଷ୍ଟ୍ରିମକୁ ଯାଇଥାଏ । ଏହା କିଡ୍ନୀ, ଲିଭର, ଲଙ୍ଗସ ଓ ବ୍ରେନକୁ ସିଧା ପ୍ରଭାବିତ କରିଥାଏ । ବେଳେ ବେଳେ ନଷ୍ଟ ବି କରିଥାଏ ।

୨. ଖାଲି ପେଟରେ ରାଗନ୍ତୁ ନାହିଁ : ସକାଳୁ ଖାଲି ପେଟରେ ଯଦି ଆପଣ ରାଗୁଛନ୍ତି ତ ଏହାର ପ୍ରଭାବ ବ୍ଲଡ଼ ସୁଗାର ଲେବଲ ଉପରେ ପଡିଥାଏ । ଯଦି ସକାଳୁ କିଛି ଖାଇ ନିଅନ୍ତି ତ ରାଗ କମ ଆସିଥାଏ । ତେଣୁ ଖାଲି ପେଟରେ ରାଗ କରିବା କଥା ନୁହେଁ ।

୩. ସକାଳୁ ଖାଲି ପେଟରେ ପିଅନ୍ତୁ ନାହିଁ କଫି : ଯଦି ଆପଣ ସକାଳୁ ଖାଲି ପେଟରେ କଫି ପିଅନ୍ତି ତ ପେଟରେ ଏସିଡ ସୃଷ୍ଟି ହୁଏ । କାରଣ କଫି ରେ ଥିବା ତତ୍ତ୍ୱ ପେଟରେ ହାଇଡ୍ରୋକ୍ଳରିକ ଏସିଡ ବଢ଼ାଇଥାଏ । ତେଣୁ ସକାଳେ ଖାଲିପେଟରେ କଫି ନ ନେବା ଉଚିତ ।

୪. ଖାଲି ପେଟରେ ଚୁଇଁଗମ ଚୋବନ୍ତୁ ନାହିଁ : ସକାଳୁ ଖାଲି ପେଟରେ ଯଦି ଆପଣ ଚୁଇଁଗମ ଚୋବାଉଛନ୍ତି ତେବେ ପ୍ରାକୃତିକ କାରଣରୁ ପେଟରେ ହଜମ ଏଞ୍ଜାଇମ ସୃଷ୍ଟି ହେବ । ଫଳରେ ଖାଦ୍ୟ ନପାଇ ପେଟରେ ଏସିଡ ସୃଷ୍ଟି ହେବ । ଏସିଡ କାରଣରୁ ପେଟରେ ଅଳସର ବା ଘା’ ସୃଷ୍ଟି ହେବ । ଫଳରେ ବହୁ ସମସ୍ୟା ଦେଖା ଦେବ । ତେଣୁ ଖାଲି ପେଟରେ ଚୁଇଁଗମ ଚୋବନ୍ତୁ ନାହିଁ ।