ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ଏବଂ ହାଇଡ୍ରେଟେଡ୍ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହି ଦିନରେ ମସଲାଯୁକ୍ତ ଖାଦ୍ୟଠାରୁ ଦୁରେଇ ରହିବା ଆବଶ୍ୟକ । ଯାହାଦ୍ୱାରା ଅନେକ ସମସ୍ୟାକୁ ରୋକାଯାଇପାରିବ । କିଛି ଫଳ ଅଛି ଯାହା ଆପଣଙ୍କ ପେଟ ପାଇଁ ବିଶେଷ ଭାବରେ ଲାଭଦାୟକ ଏବଂ ଖରାଦିନେ ଆପଣଙ୍କ ଶରୀରକୁ ସତେଜ କରିଥାଏ । ଯାହା ଖରାଦିନ ପାଇଁ ସର୍ବୋତ୍ତମ ହୋଇଥାଏ ।
ଗରମ ଏବଂ ଗୁଳୁଗୁଳି ବଢ଼ିବା ଆରମ୍ଭ ହୋଇଯାଇଛି । ଏହି ଋତୁରେ ନିଜକୁ ଫିଟ୍ ରଖିବା ଏକ ଚ୍ୟାଲେଞ୍ଜଠାରୁ କମ୍ ନୁହେଁ । ତାପମାତ୍ରାରେ ନିରନ୍ତର ବୃଦ୍ଧି ଯୋଗୁଁ ଶରୀରରେ ଜଳର ଅଭାବ ଅର୍ଥାତ୍ ଡିହାଇଡ୍ରେସନ୍ ହୋଇଯାଇଥାଏ । ପାଣି ଅଭାବରୁ ଥକ୍କାପଣ, ମୁଣ୍ଡ ବୁଲାଇବା, ଡଲ୍ ସ୍କିନ୍ ଏବଂ କେତେକ ସମୟରେ ହିଟ୍ ଷ୍ଟ୍ରୋକ ଭଳି ଗମ୍ଭୀର ସମସ୍ୟା ହୋଇପାରେ । ଏପରି ପରିସ୍ଥିତିରେ, କେବଳ ପାଣି ପିଇବା ଯଥେଷ୍ଟ ନୁହେଁ, କିଛି ଫଳ ଯାହା ପାଣିରେ ଭରପୂର ଥାଏ, ତାହାକୁ ଡାଏଟରେ ସାମିଲ କରିବା ଉଚିତ । ତେବେ ଆସନ୍ତୁ ସେହି ଫଳ ବିଷୟରେ ଜାଣିବା । ଯାହା କେବଳ ପାଣିର ଅଭାବକୁ ଦୂର କରେ ନାହିଁ ବରଂ ଶରୀରକୁ ଶକ୍ତି ମଧ୍ୟ ଯୋଗାଇଥାଏ ।
୧. ତରଭୁଜ:
ଗ୍ରୀଷ୍ମ ଋତୁର ରାଜା ତରଭୁଜ ହେଉଛି ପାଣିର ସର୍ବୋତ୍ତମ ଉତ୍ସ । ଏଥିରେ ୯୦% ରୁ ଅଧିକ ଜଳ ଥାଏ । ତରଭୁଜ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିଥାଏ ଏବଂ ଡିହାଇଡ୍ରେସନ ରୋକାଯାଇପାରିବ । ଏହା ସହିତ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ ।
୨. କମଳା:
ଗ୍ରୀଷ୍ମ ଋତୁରେ କମଳା ଖାଇବା ମଧ୍ୟ ଲାଭଦାୟକ । ଏଥିରେ ଭିଟାମିନ୍ ସି ଏବଂ ପାଣି ଉଭୟ ଭରପୂର । ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିବା ସହିତ, ଏହା ଶରୀରରେ ଜଳ ଅଭାବକୁ ମଧ୍ୟ ଦୂର କରେ । ଏହାର ରସ ଗ୍ରୀଷ୍ମ ଋତୁରେ ଏକ ନ୍ୟାଚୁରାଲ୍ ଏନର୍ଜି ଡ୍ରିଙ୍କ ଭାବରେ କାମ କରେ ।
୩. ସପୁରି:
ସପୁରିରେ ପ୍ରାୟ ୮୫% ପାଣି ଥାଏ । ଏହାର ସ୍ୱାଦ ମିଠା ଏବଂ ଖଟା, ଯାହା କେବଳ ଶରୀରକୁ ସତେଜ କରେ ନାହିଁ ବରଂ ପ୍ରଚୁର ଜଳ ମଧ୍ୟ ଯୋଗାଇଥାଏ । ପାଚନ କ୍ରିୟାକୁ ଉନ୍ନତ କରୁଥିବା ଏନଜାଇମ ମଧ୍ୟ ଏଥିରେ ମିଳିଥାଏ ।
୪. ଷ୍ଟ୍ରବେରୀ:
ଷ୍ଟ୍ରବେରୀରେ ୯୧% ପର୍ଯ୍ୟନ୍ତ ପାଣି ମିଳିଥାଏ । ଏହି ଛୋଟ ଦେଖାଯାଉଥିବା ବେରି ପ୍ରକୃତରେ ପାଣିର ଏକ ମହାନ ଉତ୍ସ । ଏହା କେବଳ ଶରୀରକୁ ହାଇଡ୍ରେଟ୍ ରଖେ ନାହିଁ ବରଂ ସ୍କିନ୍ ଏବଂ କେଶ ପାଇଁ ମଧ୍ୟ ବହୁତ ଲାଭଦାୟକ ।
