Odia News Portal

ଭାଇରାଲ୍ ହେଉଛି ହାତୀର ବବ୍-କଟ୍ ହେୟାର୍ ଷ୍ଟାଇଲ୍

ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି ତାମିଲନାଡୁର ଗୋଟିଏ ହାତୀର ଫଟୋ । ଫଟୋରେ ହାତୀର ହେୟାର ଷ୍ଟାଇଲକୁ ନେଇ ଖୁବ ଚର୍ଚ୍ଚା । ସେନଗାମାଲମ ନାମ ଏହି ହାତୀ ମୋନ୍ନାରଗୁଡି ସହରର ରାଜଗୋପାଳସ୍ୱାମୀ ମନ୍ଦିରରେ ରହେ । ହାତୀର ଚୁଟି ଚର୍ଚ୍ଚାର ବିଷୟ ପାଲଟିଛି । ହାତୀର ଫାଟି ଇଣ୍ଡିଆନ ଫରେଷ୍ଟ ଅଫିସର ସୁଧା ରାମନେ ନିଜ ଟ୍ୱିଟର ହେଣ୍ଡଲରେ ସେୟାର କରିଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି ବବ-କଟ ସେନଗାମାଲମ ହାତୀ । ସେ ଫଟୋ ସେୟାର କରିବା ପରେ ସୋସିଆଲ ମିଡ଼ିଆରେ ଫଟୋ ଖୁବ ଭାଇରାଲ ହୋଇଛି ।

ହାତୀକୁ ୨୦୦୩ ମସିହାରେ ରାଜଗୋପାଳସ୍ୱାମୀ ମନ୍ଦିରକୁ ଅଣାଯାଇଥିଲା । ଏହାପରେ ମହନ୍ତ ହାତୀର ଏକ ସୁନ୍ଦର ହେୟାର ଷ୍ଟାଇଲ କରାଇଥିଲେ ଯାହା ପରେ ହାତୀ ପ୍ରସିଦ୍ଧ ହୋଇଯାଇଥିଲା । ଏହି ହାତୀର ବିଶେଷ ଯତ୍ନ ନେବାକୁ ପଡିଥାଏ । ମହନ୍ତ ୨୦୧୮ ମସିହାରେ ଟାଇମ୍ସ ଅଫ ଇଣ୍ଡିଆକୁ କହିଥିଲେ ଯେ ସେ ହାତୀକୁ ନିଜ ଶିଶୁ ଭଳି ପାଳିଥାନ୍ତି । ସେଥିପାଇଁ ସେ ତାକୁ ଏକ ଖାସ ଲୁକ ଦେଇଛନ୍ତି । ଥରେ ଇଣ୍ଟରନେଟରେ ସେ ଏକ ହାତୀ ଛୁଆର ବବ-କଟ ହେୟାର ଷ୍ଟାଇଲ ଦେଖିଥିଲେ ଯାହା ତାଙ୍କୁ ବହୁତ ଭଲ ଲାଗିଥିଲା । ଏହାପରେ ସେ ସେନଗାମାଲମର ଚୁଟି ବଢାଇଥିଲେ । ଚୁଟି ବଢିବା ପରେ ତାକୁ ଷ୍ଟାଇଲରେ କାଟିଥିଲେ ।

ହାତୀ ମୁଣ୍ଡରେ ଯେଉଁ ଚୁଟି ଥାଏ ତାହା ତାଙ୍କ ଶରୀରରୁ ପବନରେ ଗରମ ଦୂର କରିବାରେ ସାହାଯ୍ୟ କରିଥାଏ । ସେନଗାମାଲମର ଚୁଟି ଗରମ ଦିନରେ ୩ଥର ସଫା କରାଯାଇଥାଏ ଏବଂ ଅନ୍ୟ ଦିନମାନଙ୍କରେ ଥରେ ସଫା କରାଯାଇଥାଏ ।