Odia News Portal

ମୁହଁରେ କନା ଗୁଡାଇ ବାହାରୁଥିବା ଝିଅମାନେ ଭୋଗି ପାରନ୍ତି ଏହିସବୁ ସମସ୍ୟା

ସାଧାରଣତଃ ଆଜିକାଲି ଝିଅମାନେ ମୁହଁରେ ସ୍କାର୍ଫ ବାନ୍ଧି ବାହାରକୁ ଯିବାର ଦେଖାଯାଉଛି। ପ୍ରଦୁଷଣ ଏବଂ ସୂର୍ୟ୍ୟଙ୍କ କିରଣରୁ ରକ୍ଷା ପାଇବା ପାଇଁ ଝିଅମାନେ ଏଭଳି କରିଥାନ୍ତି। ସୂର୍ୟ୍ୟ କିରଣ ଚେହେରାର ଗୋରାପଣ କମାଏ ଓ ପ୍ରଦୁଷିତ ବାତାବରଣରେ ବୁଲିଲେ ମୁହଁରେ ବ୍ରଣ ହୁଏ।

ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଝିଅମାନେ ମୁହଁରେ ସ୍କାର୍ଫ ବାନ୍ଧନ୍ତି। ସନସ୍କ୍ରିନ ଲଗଇଲେ ମଧ୍ୟ ସୂର୍ୟ୍ୟଙ୍କ କିରଣରୁ ଚେହେରା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ହୋଇନଥାଏ। ଝିଅଙ୍କ ଅନୁସାରେ ମୁହଁରେ ସ୍କାର୍ଫ ବାନ୍ଧିବା ବେଶି ଭଲ।

ତ୍ୱଚା ବିଶେଷଜ୍ଞଙ୍କ ଅନୁସାରେ ମୁହଁରେ କପଡା ବାନ୍ଧିଲେ ସ୍କିନ ଟ୍ୟାନ ହୋଇନଥାଏ ସତ କିନ୍ତୁ ଅନ୍ୟ ଜୀବାଣୁ ଆସିଥାଏ। ମୁହଁରେ ସ୍କାର୍ଫ ବାନ୍ଧିଲେ କପଡାରେ ଥିବା ଜିବାଣୁ ଚେହେରାରେ ଲାଗି ପୁରା ମୁହଁରେ ବ୍ୟାକଟେରିଆ ବ୍ୟାପିଥାଏ। ତେବେ ଏହି କାରଣରୁ ମୁହଁରେ ଅଧିକ ବ୍ରଣ ହୋଇଥାଏ। କିଛି ଲୋକଙ୍କୁ ପିଗମେଣ୍ଟେଶନ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ଏହା ସହ ଗରମ ଦିନରେ ମୁହଁରେ କପଡା ବାନ୍ଧିବା କ୍ଷତିକାରକ ହୋଇଥାଏ। ଗରମ ଦିନରେ ମୁହଁରୁ ମଧ୍ୟ ଝାଳ ବାହାରେ ତେଣୁ ମୁହଁରେ କପଡା ବନ୍ଧା ହୋଇଥିଲେ ଝାଳ ଶୁଖେ ନାହିଁ, ଯାହା ବ୍ୟାକଟେରିଆ ହୋଇ ବ୍ୟାପିଥାଏ।