Odia News Portal

ଖରାଦିନେ ତ୍ଵଚାର ସୁରକ୍ଷା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ…

ଭୁବନେଶ୍ବର: ଖରାଦିନେ ଚେହେରାରେ ଚମକ ଆଣିବା ପାଇଁ ଆପଣ ଅନେକ କିଛି କରିବା ସହିତ ବେଳେବେଳେ ମହଙ୍ଗା ପ୍ରଡକ୍ଟସ ମଧ୍ୟ ବ୍ୟବହାର କରିଥାନ୍ତି । ଯାହାକି ଚେହେରାକୁ ଅଧିକରୁ ଅଧିକ ଖରାପ କରିଥାଏ । ଏଥିପାଇଁ ଚେହେରାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଣିବା ପାଇଁ ଆୟୁର୍ବେଦିକ ଉପଚାର ସବୁଠାରୁ ବେଷ୍ଟ ଅପ୍ସନ୍ ହୋଇଥାଏ ।ତେବେ ଆସନ୍ତୁ ଜାଣିବା ଖରାଦିନେ ଚେହେରାରେ ଚମକ ପାଇଁ କିଛି ଆୟୁର୍ବେଦିକ ଟିପ୍ସ ..

  • କଞ୍ଚା କ୍ଷୀର:କଞ୍ଚା ଖିରରେ ଥିବା ଫ୍ୟାଟ୍ ଏବଂ ଲାକ୍ଟିକ୍ ଏସିଡ୍ ଆପଣଙ୍କ ଚେହେରାରୁ ମଇଳା ହଟାଇବାରେ ସାହାଯ୍ୟ କରିଥାଏ , ଯାହାଦ୍ୱାରା ଚର୍ମର ପୋର୍ସ ଖୋଲିଥାଏ । ସେଥିଲାଗି ଯଦି ଆପଣଙ୍କର ଚେହେରାକୁ ନେଇ କୌଣସି ସମସ୍ୟା ଥାଏ , ତେବେ ଆପଣ କଞ୍ଚା କ୍ଷୀର ବ୍ୟବହାର କରନ୍ତୁ ।
  • ନିମ:ନିମରେ ଆଣ୍ଟି-ଇମ୍ପ୍ଲିମେଣ୍ଟାରୀ, ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଭାଇରଲ ଏବଂ ଆଣ୍ଟି ଆକ୍ସିଡେଣ୍ଟ ପ୍ରପର୍ଟି ମିଳିଥାଏ । ସେଥିଲାଗି ଆପଣଙ୍କୁ ନିମର ବ୍ୟବହାର କରିବା ଉଚିତ । ଆପଣ ନିମର ଫେସପ୍ୟାକ୍ କରି ମଧ୍ୟ ବ୍ୟବହାର କରିପାରିବେ। ଏଥିସହିତ ଆପଣଙ୍କୁ ଚେହେରାରେ ନିମର ପ୍ୟାକ ଲଗାଇବାରେ ଯଦି କୌଣସି ସମସ୍ୟା ଥାଏ , ତେବେ ଆପଣ ଉଷୁମ ପାଣିରେ ୫-୧୦ ମିନିଟ୍ ନିମର ପତ୍ର ପକାଇ ସେଥିରେ ମୁଁହକୁ ଧୋଇପାରିବେ ।
  • ହଳଦୀ:ଏଥିରେ ଆଣ୍ଟି ସେପ୍ଟିକ୍-, ଆଣ୍ଟି ଇମ୍ପ୍ଲିମେଣ୍ଟାରୀ ପ୍ରପର୍ଟି ରହିଥାଏ । ହଳଦୀ ସହିତ କ୍ଷୀର ମିଶାଇ ଏହାକୁ ଫେସପ୍ୟାକ୍ଣ ଭାବରେ ଲଗାଇବା ଦ୍ୱାରା ଆପଣଙ୍କ ସ୍କିନରେ ଚମକ ଆଣିବା ସହିତ ଦାଗ ଦୂର କରିଥାଏ।
  • ନଡ଼ିଆ ତେଲ :ନଡ଼ିଆ ତେଲ କେବଳ କେଶ ପାଇଁ ନୁହେଁ ବରଂ ଆପଣଙ୍କ ସ୍କିନ୍ ପାଇଁ ମଧ୍ୟ ଥଣ୍ଡା ଦିନରେ ବରଦାନ ହୋଇଥାଏ । ଆଣ୍ଟି ସେପ୍ଟିକ ଗୁଣରେ ଭରପୁର ନଡ଼ିଆ ତେଲ ଡ୍ରାଏ ସ୍କିନ୍ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଥଣ୍ଡାରୁ ଫାଟୁଥିବା ସ୍କିନ୍ଁ କୁ ମଧ୍ୟ ଏହା ଠିକ୍ଏ କରିଥାଏ ।
  • ଚନ୍ଦନ :ଚନ୍ଦନକୁ ଚେହେରା ର ପ୍ରତ୍ୟେକ ଆଲର୍ଜି ପାଇଁ ରାମବାଣ କୁହାଯାଇଥାଏ । ଚନ୍ଦନ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଚେହେରା ଦାଗହୀନ ହୋଇଥାଏ । ଗରମରେ ଚନ୍ଦନର ବ୍ୟବହାର କରିବା ଲାଭଦାୟକ ହୋଇଥାଏ ।